ରାଜ୍ୟ

Sundargarh Group Clash : ବିଶ୍ବକର୍ମା ଭସାଣିରେ ଗୋଷ୍ଠୀ ସଂଘର୍ଷ, ଟେକା ମାଡ଼ରେ ଲୋକେ ଆହାତ

ସୁନ୍ଦରଗଡ଼,୨୮\୯ : ପୁଣି ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ । ବିଶ୍ୱକର୍ମା ପୂଜା ଭସାଣି ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଟେକା ମାଡ଼ରେ ଅନେକ ଆହତ । ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ରଙ୍ଗାଢ଼ିପାରୁରେ ।

ସୂଚନାଅନୁସାରେ, ବିଶ୍ୱକର୍ମା ମୂର୍ତ୍ତି ଭସାଣି ଶୋଭାଯାତ୍ରା ବାହାରିଥିବା ବେଳେ ପୁରୁଣା ବସ୍ ଷ୍ଟାଣ୍ଡ ଛକ ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । କୌଣସି କାରଣକୁ ନେଇ ଦୁଇ ପକ୍ଷ ମଧ୍ୟରେ କଥା କଟାକଟି ହେବା ପରେ ଏହା ଉଗ୍ର ରୂପ ନେଇଥିଲା । ଏବଂ ଉଭୟ ପକ୍ଷରୁ ପ୍ରବଳ ଇଟା, ପଥର ଓ ଟେକା ମାଡ଼ ହୋଇଥିଲା । କିଛି ଲୋକ ଟେକା ମାଡ଼ରେ ଆହତ ହୋଇଛନ୍ତି । ଘଟଣା ସମ୍ପର୍କରେ ଖବର ପାଇ ସୁନ୍ଦରଗଡ଼ ଟାଉନ୍ ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିବା ସହ ଆଇନ ଶୃଙ୍ଖଳା ରକ୍ଷା କରିଥିଲା ।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button