ରାଜ୍ୟ

Odisha Assembly : ଗୃହ ଆରମ୍ଭରୁ ବିରୋଧୀଙ୍କ ହୋହାଲ୍ଲା, MMDR ବିଲ୍ ପ୍ରତ୍ୟାହାର ଦାବିରେ ନାରାବାଜି, ଲୋୟର ପିଏମଜିରେ ଗର୍ଜିଲା BJD

ଭୁବନେଶ୍ଵର, ୨୮/୯ : ବିଧାନସଭା ମୌସୁମୀ ଅଧିବେଶନର ପଞ୍ଚମ ଦିନ । ଗୃହ ଆରମ୍ଭରୁ ବିରୋଧୀଙ୍କ ହୋହାଲ୍ଲା । ଏମଏମଡିଆର ବିଲ୍ ପ୍ରତ୍ୟାହାର ଦାବିରେ ନାରାବାଜି । ଗୃହ ମଧ୍ୟଭାଗକୁ ଉଠି ଆସିଲେ ବିରୋଧୀ ଦଳ ବିଧାୟକ । ବାଚସ୍ପତିଙ୍କ ପୋଡିୟମ୍ ସମ୍ମୁଖରେ ହଟ୍ଟଗୋଳ । ଚାଲିପାରିଲାନି ବିଧାନସଭା । ସାଢେ ୧୧ଟା ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି ।

ସେପଟେ MMDR ସଂଶୋଧିତ ଆଇନ ପ୍ରତ୍ୟାହାର ଦାବିରେ ଗର୍ଜିଲା ବିଜେଡି । ବିଧାୟକମାନେ ଲୋୟର ପିଏମଜିରେ ବିକ୍ଷୋଭ କରୁଛନ୍ତି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ଆନ୍ଦୋଳନର ନେତୃତ୍ଵ ନେଇଛନ୍ତି । ବିଜେଡି ନେତ୍ରୀ ସୁଜାତା ରାଉତ ସାମିଲ ହୋଇଛନ୍ତି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button