ଦେଶ ବିଦେଶ

Gyanesh Kumar: ନାଗରିକତା ନିର୍ଦ୍ଧାରଣ ଇସିଆଇର ଦାୟିତ୍ୱ ନୁହେଁ: କଂଗ୍ରେସ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି

ଭାରତୀୟ ନାଗରିକତା ନିର୍ଦ୍ଧାରଣ କରିବା ନିର୍ବାଚନ କମିସନଙ୍କ ସାମ୍ବିଧାନିକ ଦାୟିତ୍ୱ ନୁହେଁ ବୋଲି ଦାବି କରି କଂଗ୍ରେସ ସୋମବାର ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଛି।

ନୂଆଦିଲ୍ଲୀ: ଭାରତୀୟ ନାଗରିକତା ନିର୍ଦ୍ଧାରଣ କରିବା ନିର୍ବାଚନ କମିସନଙ୍କ ସାମ୍ବିଧାନିକ ଦାୟିତ୍ୱ ନୁହେଁ ବୋଲି ଦାବି କରି କଂଗ୍ରେସ ସୋମବାର ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଛି। ଦଳର ମହାସଚିବ ତଥା ଯୋଗାଯୋଗ ବିଭାଗ ପ୍ରଭାରୀ ଜୟରାମ ରମେଶ ପୂର୍ବତନ ସୁପ୍ରିମ୍‌କୋର୍ଟ ବିଚାରପତି ଜଷ୍ଟିସ୍‌ ସୁଧାଂଶୁ ଧୁଲିଆଙ୍କ ଏକ ସାକ୍ଷାତ୍‌କାରକୁ ଉଦ୍ଧୃତ କରି ଏହି ଦାବି ଉଠାଇଛନ୍ତି।

ଜୟରାମ ରମେଶ ସୋମବାର ‘ଏକ୍ସ’ରେ ଲେଖିଛନ୍ତି, ଇସିଆଇର ଅର୍ଥ ହେଉଛି ‘ଇଲେକ୍ସନ୍‌ କମିସନ୍‌ ଅଫ୍‌ ଇଣ୍ଡିଆ’, ଏହା ‘ଏଷ୍ଟାବ୍ଲିଶର ଅଫ୍‌ ସିଟିଜେନସିପ୍‌ ଅଫ୍‌ ଇଣ୍ଡିଆନ୍ସ’ ନୁହେଁ। ତାଙ୍କ ଅନୁସାରେ ଜଷ୍ଟିସ୍‌ ଧୁଲିଆ ସ୍ପଷ୍ଟ କରିଛନ୍ତି ଯେ, ନାଗରିକତା ନିର୍ଦ୍ଧାରଣ ଇସିଆଇର କାମ ନୁହେଁ। ନାଗରିକତା ସମ୍ପର୍କିତ ପ୍ରସଙ୍ଗ ୧୯୫୫ର ନାଗରିକତା ଆଇନ ଅଧୀନରେ ରହିଛି ବୋଲି ସେ କହିଛନ୍ତି। ଏହି ପ୍ରସଙ୍ଗ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍‌ଆଇଆର୍‌କୁ ନେଇ ଚାଲିଥିବା ବିବାଦ ସହ ଜଡ଼ିତ। କଂଗ୍ରେସର ଅଭିଯୋଗ ହେଉଛି, ଭୋଟର ତାଲିକା ସଂଶୋଧନ ସମୟରେ ନିର୍ବାଚନ କମିସନ ନାଗରିକତା ସମ୍ପର୍କିତ ପ୍ରସଙ୍ଗରେ ନିଜ ସାମ୍ବିଧାନିକ ସୀମା ଅତିକ୍ରମ କରିଛନ୍ତି।

 ଦଳ ଫର୍ମ-୬ରେ କଥିତପରିବର୍ତ୍ତନକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି। ଏହା ନୂଆ ଭୋଟର, ବିଶେଷକରି ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ଉପରେ ପ୍ରଭାବ ପକାଇପାରେ ବୋଲି ଦଳ ଅଭିଯୋଗ କରିଛି। ଜୟରାମ ଅଭିଯୋଗ କରିଛନ୍ତି ଯେ ମୁଖ୍ୟ ନିର୍ବାଚନ କମିସନରସାମ୍ବିଧାନିକ ଦାୟିତ୍ୱର ଉଲ୍ଲଂଘନ କରିଛନ୍ତି। ତେଣୁ ସେ ଇସ୍ତଫା ଦେବା ଉଚିତ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button