ଦେଶ ବିଦେଶ
Gyanesh Kumar: ନାଗରିକତା ନିର୍ଦ୍ଧାରଣ ଇସିଆଇର ଦାୟିତ୍ୱ ନୁହେଁ: କଂଗ୍ରେସ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି
ଭାରତୀୟ ନାଗରିକତା ନିର୍ଦ୍ଧାରଣ କରିବା ନିର୍ବାଚନ କମିସନଙ୍କ ସାମ୍ବିଧାନିକ ଦାୟିତ୍ୱ ନୁହେଁ ବୋଲି ଦାବି କରି କଂଗ୍ରେସ ସୋମବାର ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଛି।

ନୂଆଦିଲ୍ଲୀ: ଭାରତୀୟ ନାଗରିକତା ନିର୍ଦ୍ଧାରଣ କରିବା ନିର୍ବାଚନ କମିସନଙ୍କ ସାମ୍ବିଧାନିକ ଦାୟିତ୍ୱ ନୁହେଁ ବୋଲି ଦାବି କରି କଂଗ୍ରେସ ସୋମବାର ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଛି। ଦଳର ମହାସଚିବ ତଥା ଯୋଗାଯୋଗ ବିଭାଗ ପ୍ରଭାରୀ ଜୟରାମ ରମେଶ ପୂର୍ବତନ ସୁପ୍ରିମ୍କୋର୍ଟ ବିଚାରପତି ଜଷ୍ଟିସ୍ ସୁଧାଂଶୁ ଧୁଲିଆଙ୍କ ଏକ ସାକ୍ଷାତ୍କାରକୁ ଉଦ୍ଧୃତ କରି ଏହି ଦାବି ଉଠାଇଛନ୍ତି।
ସୌଜନ୍ୟ ସମ୍ବାଦ




