ଦେଶ ବିଦେଶ

Bhagat Singh: ଭଗତ ସିଂହଙ୍କ ଜୟନ୍ତୀରେ ମୋଦୀଙ୍କ ସମେତ ବିଜେପି ନେତାଙ୍କ ଶ୍ରଦ୍ଧାଞ୍ଜଳି

ସହିଦ୍‌-ଏ-ଆଜମ୍‌ ଭଗତ ସିଂହଙ୍କ ୧୧୯ତମ ଜୟନ୍ତୀ ଅବସରରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଭିନ୍ନ ଦଳର ନେତା ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ୧୯୦୭ ସେପ୍ଟେମ୍ବର ୨୮ରେ ପଞ୍ଜାବର ବଙ୍ଗା ଗାଁରେ ଜନ୍ମ ନେଇଥିବା ଭଗତ ସିଂହ ଦେଶର ସ୍ୱାଧୀନତା ଆନ୍ଦୋଳନର ଜଣେ ପ୍ରମୁଖ କ୍ରାନ୍ତିକାରୀ ଭାବେ ପରିଚିତ।

ନୂଆଦିଲ୍ଲୀ: ସହିଦ୍‌-ଏ-ଆଜମ୍‌ ଭଗତ ସିଂହଙ୍କ ୧୧୯ତମ ଜୟନ୍ତୀ ଅବସରରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଭିନ୍ନ ଦଳର ନେତା ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ୧୯୦୭ ସେପ୍ଟେମ୍ବର ୨୮ରେ ପଞ୍ଜାବର ବଙ୍ଗା ଗାଁରେ ଜନ୍ମ ନେଇଥିବା ଭଗତ ସିଂହ ଦେଶର ସ୍ୱାଧୀନତା ଆନ୍ଦୋଳନର ଜଣେ ପ୍ରମୁଖ କ୍ରାନ୍ତିକାରୀ ଭାବେ ପରିଚିତ। ତାଙ୍କ ଜନ୍ମସ୍ଥାନ ବର୍ତ୍ତମାନ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ରହିଛି।

ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ‘ଏକ୍ସ’ରେ ଭିଡିଓ ବାର୍ତ୍ତା ଓ ପୋଷ୍ଟ ମାଧ୍ୟମରେ ଭଗତ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେ କହିଛନ୍ତି, ଭଗତ ସିଂହଙ୍କ ଅଦମ୍ୟ ସାହସ ଓ ବୀରତା ସ୍ୱାଧୀନତା ଆନ୍ଦୋଳନକୁ ନୂଆ ଗତି ଦେଇଥିଲା। ଦେଶର ସମ୍ମାନ ପାଇଁ ସବୁକିଛି ତ୍ୟାଗ କରିବାର ତାଙ୍କ ମନୋଭାବ ଭାରତୀୟ ଯୁବପିଢ଼ିର ସାହସ ଓ ଦୃଢ଼ ସଂକଳ୍ପର ପ୍ରତୀକ। ମୋଦୀ ଭଗତ ସିଂହଙ୍କ ଶେଷ ସମୟର ଏକ ଘଟଣାକୁ ମଧ୍ୟ ସ୍ମରଣ କରିଛନ୍ତି। ଫାଶୀ ପୂର୍ବରୁ ବ୍ରିଟିସ କର୍ତ୍ତୃପକ୍ଷଙ୍କୁ ଲେଖିଥିବା ଚିଠିରେ ଭଗତ ସିଂହ ଓ ତାଙ୍କ ସହଯୋଗୀମାନଙ୍କୁ ଯୁଦ୍ଧବନ୍ଦୀ ଭାବେ ବିବେଚନା କରି ଫାଶୀ ପରିବର୍ତ୍ତେ ଗୁଳି କରି ମାରିବାକୁ ଦାବି କରିଥିଲେ। ମୋଦୀଙ୍କ କହିବା ଅନୁସାରେ, ଏହି ଘଟଣା ତାଙ୍କ ନିର୍ଭୀକତା ଓ ଦୃଢ଼ ମନୋଭାବର ପରିଚୟ ଦିଏ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button