ଦେଶ ବିଦେଶ

landslides: ଦକ୍ଷିଣ ମ୍ୟାମାରରେ ବନ୍ୟା, ଭୂସ୍ଖଳନ: ୮ ମୃତ, ୩୦ ନିଖୋଜ ଆଶଙ୍କା

ଦକ୍ଷିଣ ମ୍ୟାମାରର ତାନିନ୍ଥାରି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଓ ଭୂସ୍ଖଳନରେ ଅତିକମ୍‌ରେ ୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ରୁ ୩୦ ଜଣ ନିଖୋଜ ଥିବା ଆଶଙ୍କା କରାଯାଉଛି। ସୋମବାର ସ୍ଥାନୀୟ ଉଦ୍ଧାରକାରୀମାନେ ଏହି ସୂଚନା ଦେଇଛନ୍ତି।

ୟାଙ୍ଗୁନ୍‌: ଦକ୍ଷିଣ ମ୍ୟାମାରର ତାନିନ୍ଥାରି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଓ ଭୂସ୍ଖଳନରେ ଅତିକମ୍‌ରେ ୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ରୁ ୩୦ ଜଣ ନିଖୋଜ ଥିବା ଆଶଙ୍କା କରାଯାଉଛି। ସୋମବାର ସ୍ଥାନୀୟ ଉଦ୍ଧାରକାରୀମାନେ ଏହି ସୂଚନା ଦେଇଛନ୍ତି। ତେବେ ମ୍ୟାମାର ସରକାର ଏପର୍ଯ୍ୟନ୍ତ ମୃତାହତଙ୍କ କୌଣସି ଆଧିକାରିକ ସଂଖ୍ୟା ଜାରି କରିନାହାନ୍ତି। ଚାଲୁଥିବା ଗୃହଯୁଦ୍ଧ ଯୋଗୁଁ ଦୁର୍ଗମ ଅଞ୍ଚଳରେ ଉଦ୍ଧାର ଓ କ୍ଷୟକ୍ଷତି ଆକଳନ ମଧ୍ୟ କଷ୍ଟକର ହୋଇଛି।

ତାନିନ୍ଥାରି ଅଞ୍ଚଳର ଲାଉଙ୍ଗଲୋନ୍‌ ଟାଉନସିପ୍‌ରେ ଶୁକ୍ରବାର ରାତିରୁ ଲଗାଣ ବର୍ଷା ହେଉଛି। ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ‘ପିପୁଲ୍ସ ଆଡମିନିଷ୍ଟ୍ରେସନ୍ ଟିମ୍‌’ର ଉଦ୍ଧାରକର୍ମୀ ହେଇନ୍‌ ହତେତ କହିଛନ୍ତି ଯେ ୮ଟି ମୃତଦେହ ଉଦ୍ଧାର ହୋଇଛି ଏବଂ ୨୦ରୁ ୩୦ ଜଣଙ୍କ ପତ୍ତା ମିଳୁନାହିଁ। ରବିବାର ଏକ ସ୍ଥାନୀୟ ମଠରେ ଏକାଠି ହୋଇଥିବା କେତେକ କିଶୋର ମଧ୍ୟ ଭୂସ୍ଖଳନର ଶିକାର ହୋଇଛନ୍ତି। ଏଥିରେ ତିନି ଜଣ କିଶୋରଙ୍କ ମୃତ୍ୟୁ ଘଟିଛି। ଭୂସ୍ଖଳନରେ ଗୋଟିଏ ଗାଁର ୧୮ଟି ଘର ଓ ଅନ୍ୟାନ୍ୟ କୋଠା ମାଟି ତଳେ ପୋତି ହୋଇଯାଇଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button