ଦେଶ ବିଦେଶ

Flight service: ବୋଇଂର ୭୩୭ ମ୍ୟାକ୍ସ ଅଟୋପାଇଲଟ୍ ତ୍ରୁଟି କ’ଣ?

ବୋଇଂ ୭୩୭ ମ୍ୟାକ୍ସ ଏୟାରକ୍ରାଫ୍ଟ ‌ବିମାନରେ ଏକ ସଫ୍ଟୱେର୍ ସମସ୍ୟା ଚିହ୍ନଟ କରିଛି ଯାହା ଅବତରଣ ସମୟରେ ସ୍ୱୟଂଚାଳିତ ଉଡ଼ାଣ ମାର୍ଗଦର୍ଶନ ବନ୍ଦ କରିପାରେ। ଏହି ସମସ୍ୟା ଭାରତୀୟ ବିମାନ କମ୍ପାନି ଦ୍ୱାରା ପରିଚାଳିତ ୯୬ ଟି ବିମାନକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି।

ନୂଆଦିଲ୍ଲୀ: ବୋଇଂ ୭୩୭ ମ୍ୟାକ୍ସ ଏୟାରକ୍ରାଫ୍ଟ ‌ବିମାନରେ ଏକ ସଫ୍ଟୱେର୍ ସମସ୍ୟା ଚିହ୍ନଟ କରିଛି ଯାହା ଅବତରଣ ସମୟରେ ସ୍ୱୟଂଚାଳିତ ଉଡ଼ାଣ ମାର୍ଗଦର୍ଶନ ବନ୍ଦ କରିପାରେ। ଏହି ସମସ୍ୟା ଭାରତୀୟ ବିମାନ କମ୍ପାନି ଦ୍ୱାରା ପରିଚାଳିତ ୯୬ ଟି ବିମାନକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି। ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ଓ ଆକାଶା ଏୟାର ଦ୍ବାରା ଏହି ୯୬ଟି ବୋଇଂ ୭୩୭ ମ୍ୟାକ୍ସ ବିମାନ ପରିଚାଳନା କରାଯାଉଛି।

ବୋଇଂ ପକ୍ଷରୁ କୁହାଯାଇଛି ଯେ, କମ୍ପାନି ସମସ୍ତ ୭୩୭ ଅପରେଟରଙ୍କୁ ଗତମାସ ସମସ୍ୟା ସମ୍ପର୍କରେ ସୂଚିତ କରିଥିଲା ଓ ସ୍ଥାୟୀ ଭାବରେ ତ୍ରୁଟି ସମାଧାନ କରିବା ପାଇଁ ଏକ ସଫ୍ଟୱେର୍ ଅପଡେଟ୍ ଉପରେ କାମ କରୁଛି। ଆକାଶା ଏୟାର ପକ୍ଷରୁ କୁହାଯାଇଛି ଯେ, ଏହା ବୋଇଂ ସହିତ ସମନ୍ବୟ ସ୍ଥାପନ କରି କାର୍ଯ୍ୟ କରୁଛି ଓ ଏହାର ସୁରକ୍ଷିତ ବିମାନ ପରିଚାଳନା ଉପ‌ରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ତେବେ ଏୟାର ଇଣ୍ଡିଆ ‌ଏକ୍ସ‌ପ୍ରେସ୍ ପକ୍ଷରୁ ତୁରନ୍ତ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ। ଗତବର୍ଷ ଜୁନ୍‌ରେ ଅହମ୍ମଦାବାଦରେ ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପ‌ରେ ବୋଇଂ ବିମାନକୁ ନେଇ ଚିନ୍ତା ବଢ଼ିଯାଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button