ଦେଶ ବିଦେଶ

DGP: ଡିିଜିପି ନିଯୁକ୍ତି ମାମଲାରେ ସୁଶାନ୍ତ ନାଥଙ୍କ ସତ୍ୟପାଠ: ସିବିଆଇ ଜେରା କରିଥିବା ଦୁଇ ଆଇପିଏସ୍‌ ଅଧିକାରୀଙ୍କୁ ମିଳିଛି ସୁଯୋଗ

ଡିଜିପି ନିଯୁକ୍ତି ମାମଲାରେ ବରିଷ୍ଠ ଆଇପିଏସ୍‌ ସୁଶାନ୍ତ କୁମାର ନାଥ ଦାଖଲ କରିଥିବା ସତ୍ୟପାଠରେ ରାଜ୍ୟ ସରକାର ତାଙ୍କ ବିରୋଧରେ ପକ୍ଷପାତ କରିଥିବା ଅଭିଯୋଗ କରିଛନ୍ତି।

ନୂଆଦିଲ୍ଲୀ: ଡିଜିପି ନିଯୁକ୍ତି ମାମଲାରେ ବରିଷ୍ଠ ଆଇପିଏସ୍‌ ସୁଶାନ୍ତ କୁମାର ନାଥ ଦାଖଲ କରିଥିବା ସତ୍ୟପାଠରେ ରାଜ୍ୟ ସରକାର ତାଙ୍କ ବିରୋଧରେ ପକ୍ଷପାତ କରିଥିବା ଅଭିଯୋଗ କରିଛନ୍ତି। ସତ୍ୟପାଠରେ ଉଲ୍ଲେଖ କରାଯାଇଛି ଯେ ପୂର୍ବରୁ ସିସୋର ଚିଟ୍‌ଫଣ୍ଡ ମାମଲାରେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ଆର.ପି.କୋଚେ ଓ ସଞ୍ଜୀବ ପଣ୍ଡାଙ୍କୁ ସିବିଆଇ ପଚରାଉଚରା କରିଥିଲା। ଏ ନେଇ ତଥ୍ୟ ସାଧାରଣ ଭାବେ ଏବଂ ବୈଦ୍ୟୁତିକ ଓ ଛପା ଗଣମାଧ୍ୟମରେ ଉପଲବ୍ଧ ରହିଛି। ୨୦୧୬ରେ ଉପରୋକ୍ତ ଦୁଇ ଆଇପିଏସ୍‌ ଅଧିକାରୀଙ୍କୁ ସିସୋର ମାମଲାର ତଦନ୍ତ ବେଳେ ସିବିଆଇ ପଚରାଉଚରା କରିଥିବା ନେଇ ପ୍ରକାଶିତ ଗଣମାଧ୍ୟମ ରିପୋର୍ଟର କପି ମଧ୍ୟ ସତ୍ୟପାଠ ସହିତ ସଂଲଗ୍ନ କରାଯାଇଛି।

ଏହି ଦୁଇ ଆଇପିଏସ୍‌  ଅଧିକାରୀଙ୍କୁ ସିବିଆଇ ସିସୋର ମାମଲାରେ ପଚରାଉଚରା କରିଥିବା ନେଇ ତଥ୍ୟ ରାଜ୍ୟ ସରକାର ଅଦାଲତ କିମ୍ବା ୟୁପିଏସ୍‌ସି ସମ୍ମୁଖରେ ଉପସ୍ଥାପନ କରି ନାହାନ୍ତି। ଏହି ଦୁଇ ଅଧିକାରୀଙ୍କ ବିଶ୍ବସନୀୟତା ପ୍ରମାଣପତ୍ର ମଧ୍ୟ ସରକାର ରୋକି ନାହାନ୍ତି। ଏହା ସ୍ପଷ୍ଟ ହେଉଛି ଯେ ରାଜ୍ୟ ସରକାର ତାଙ୍କ ପ୍ରତି ପାତରଅନ୍ତର କରିଛନ୍ତି। ବିନା ‌‌କୌଣସି ଅଭିଯୋଗରେ ଏବଂ ଭୁଲ୍‌ ନ କରି ରାଜ୍ୟ ସରକାର ତାଙ୍କ ବିଶ୍ବସନୀୟତା ପ୍ରମାଣପତ୍ର ପ୍ରତ୍ୟାହାର କରିଛନ୍ତି। ଗୋଟିଏ କଥା ତାଙ୍କ ବିରୋଧରେ ରହିଛି, ତାହା ହେଉଛି ସିବିଆଇ ଚିଠିରେ ରହିଥିବା ଉଲ୍ଲେଖ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button