ଚଣ୍ଡିଖୋଲ: ଜଣେ ଠିକାଦାରଙ୍କ ଠାରୁ ୩୫ ହଜାର ଟଙ୍କାର ଲାଞ୍ଚ ଅର୍ଥ ଗ୍ରହଣ କରିଥିବା ବେଳେ ଭିଜିଲାନ୍ସ ହାତରେ ରଙ୍ଗେହାତ ଧରାପଡ଼ିଛନ୍ତି ବଡ଼ଚଣା ବ୍ଲକ କାର୍ଯ୍ୟାଳୟର ସହକାରୀ ଯନ୍ତ୍ରୀ ବନ୍ଦିତା ଦାସ ଓ ଦଲାଲ ଶ୍ୟାମ ସୁନ୍ଦର ସେଠୀ ।
ଆଜି (ସୋମବାର) ସନ୍ଧ୍ୟା ସମୟରେ ସହାୟକ ଯନ୍ତ୍ରୀ ଅନ୍ୟ ଏକ ଠିକାଦାରଙ୍କ ଠାରୁ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ
କଟକ ଭିଜିଲାଆନ୍ସ ଡ଼ିଏସପିଙ୍କ ନେତୃତ୍ୱରେ ସେଠାରେ ସାଧା ପୋଷାକରେ ଥିବା ଏକ ୮ ଜଣିଆ ଟିମ ତାଙ୍କୁ ଧରିଥିଲେ ।
ସୂଚନା ମୁତାବକ, ବଡ଼ଚଣା ବ୍ଲକ ତଥା ଶାଳପଡ଼ା ପଞ୍ଚାୟତ ଅନ୍ତର୍ଗତ ଏଣ୍ଡରପଦା ଗ୍ରାମ ସ୍ଥିତ ପ୍ରାଥମିକ ବିଦ୍ୟାଳୟର ଏକ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ହେଉଥିଲା। ଠିକାଦାର ତୁଷାର ରଞ୍ଜନ ବିଶ୍ୱାଳ ଏହି ଗୃହ ନିର୍ମାଣ କାର୍ଯ୍ୟ କରୁଥିଲେ । ତେବେ ସ୍କୁଲ ନିର୍ମାଣ କାର୍ଯ୍ୟ ପ୍ରାୟ ଏକ ମାସ ହେବ ଶେଷ ହୋଇଥିଲା। ତୁରନ୍ତ ଵିଲ୍ କରି ତାଙ୍କୁ ଅର୍ଥ ଦେବାକୁ ଠିକାଦାର ଶ୍ରୀବିଶ୍ୱାଳ ବାରମ୍ବାର ଶାଳପଡ଼ା ପଂଚାୟତ ଦା୍ୟୁତରେ ଥିବା ସହାୟକ ଯନ୍ତ୍ରୀ ବନ୍ଦିତା ଦାସଙ୍କୁ ନିବେଦନ କରିଥିଲେ । ଏପରିକି ପୂର୍ବରୁ ଏହି ଗୃହ ନିର୍ମାଣ ବାବଦରେ ଠିକାଦାର ତାଙ୍କୁ ୩୦ ହଜାର ଟଙ୍କା ଦେଇଥିଲେ । ପିସି ବାବଦକୁ ଅବଶିଷ୍ଟ ୩୫ ହଜାର ଟଙ୍କା ଦେବା ପାଇଁ କନିଷ୍ଠ ଯନ୍ତ୍ରୀ ଦାବି କରି ଆସୁଥିବା ବେଳେ ଵିଲ୍ ମିଳିଲା ପରେ ଏହା ଦେବି ପୋଲି କହିଥିଲେ। କିନ୍ତୁ ଲାଞ୍ଚ ଟଙ୍କା ନଦେଲେ ବିଲ୍ ହେବନାହିଁ ବୋଲି ଯନ୍ତ୍ରୀ ସ୍ପଷ୍ଟ ମନା କରିଦେଇଥିଲେ।