ରାଜ୍ୟ

’Gayala’ Mascot of ‘Punashcha Pruthibi ‘ପୁନଶ୍ଚ ପୃଥିବୀ’ର ମାସ୍କଟ୍‌ ‘ଗୟଳ’ ଉନ୍ମୋଚିତ

‘ପୁନଶ୍ଚ ପୃଥିବୀ’ ଅଭିଯାନର ମାସ୍କଟ୍‌ ‘ଗୟଳ’ ଉନ୍ମୋଚିତ। ଅକ୍ଟୋବର ୨ରୁ ଆରମ୍ଭ ହେବ ତୃତୀୟ ସଂସ୍କରଣ।

ପ୍ରକୃତି ସହ ପ୍ରଗତି ନିତ୍ୟନ୍ତ ଜରୁରୀ: ଜଙ୍ଗଲ ମନ୍ତ୍ରୀଜୀବଜନ୍ତୁ ନ ରହିଲେ ପରିବେଶ ରହିପାରିବନି: ସୌମ୍ୟରଞ୍ଜନ

ଲୋକଙ୍କୁ ଯୋଡ଼ିବାକୁ ପ୍ରୟାସ କରୁଛୁ: ତନୟା ପଟ୍ଟନାୟକ

ଭୁବନେଶ୍ବର:  ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଜନଜାଗରଣ ସୃଷ୍ଟି କରିବାକୁ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ ପକ୍ଷରୁ ନିଆଯାଇଥିବା ଅଭିନବ ପଦକ୍ଷେପ ‘ପୁନଶ୍ଚ ପୃଥିବୀ’ ଅଭିଯାନର ତୃତୀୟ ସଂସ୍କରଣ ଅକ୍ଟୋବର ୨ରୁ ଆରମ୍ଭ ହେବାକୁ ଯାଉଛି। ଏହାର ଅବ୍ୟବହିତ ପୂର୍ବରୁ ଅଭିଯାନର ମାସ୍କଟ୍‌ ‘ଗୟଳ’ର ଲୋଗୋ ଆଜି (ସୋମବାର) ଉନ୍ମୋଚିତ ହୋଇଛି।

‘ଆମ ଓଡ଼ିଶା’ କାର୍ଯ୍ୟାଳୟରେ ଅନୁଷ୍ଠିତ ସ୍ବତନ୍ତ୍ର ଉତ୍ସବରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ କହିଲେ ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରରେ ହେଉଥିବା ପରିବେଶ ପଞ୍ଚାୟତ ମାଧ୍ୟମରେ ପରିବେଶ ସୁରକ୍ଷା ଦିଗରେ ‘ସମ୍ବାଦ’ ବଡ଼ ପଦକ୍ଷେପ ନେଇଛି। କେବଳ ଯେ ପରିବେଶର ସୁରକ୍ଷା ନୁହେଁ, ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ଆଜି ଯେଉଁଭଳି ଭାବେ ‘ଗୟଳ’କୁ ମାସ୍କଟ୍‌ ଭାବେ ଗ୍ରହଣ କରାଯାଇଛି ତାହା ସ୍ବାଗତଯୋଗ୍ୟ। ଓଡ଼ିଶାରେ ଧୀରେ ଧୀରେ ଗୟଳଙ୍କ ସଂଖ୍ୟା ହ୍ରାସ ପାଉଛି। ଦେବ୍ରିଗଡ଼ରେ ସର୍ବାଧିକ ୮୮୫ରୁ ଅଧିକ ଅଛନ୍ତି। ଶିମିଳିପାଳ, ନୟାଗଡ଼, ସାତକୋଶିଆ ପରି କେତେକ ଜଙ୍ଗଲରେ ଗୟଳଙ୍କ ଉପସ୍ଥିତି ରହିଛି। କେବଳ ଅର୍ଥନୈତିକ ବିକାଶ ହେଲେ କିଛି ହେବ ନାହିଁ, ବରଂ ପ୍ରକୃତିର ସୁରକ୍ଷା ବର୍ତ୍ତମାନ ସମୟରେ ନିହାତି ଲୋଡ଼ା। ପ୍ରକୃତି ସହ ପ୍ରଗତି ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ସଚେତନତା ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚିବାକୁ ପଡ଼ିବ। ତୃଣମୂଳସ୍ତରର ଲୋକଙ୍କ ସହ ଜଡ଼ିତ ହୋଇ ରହିବାକୁ ହେବ। ସେମାନଙ୍କୁ ଶେଷ ପର୍ଯ୍ୟନ୍ତ ମାର୍ଗଦର୍ଶନ କରିବାକୁ ପଡ଼ିବ। ଏହା ଆମ ସମସ୍ତଙ୍କର ଦାୟିତ୍ଵ ବୋଲି ସେ ମତପ୍ରକାଶ କରିଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button