ରାଜ୍ୟ

Scooter Accident ଆଗପଡ଼ା ଛକରେ ସ୍କୁଟି ଦୁର୍ଘଟଣାରେ ଦୁଇ ମୃତ

କେନ୍ଦ୍ରାପଡ଼ା ରାଜକନିକାର ଆଗପଡ଼ା ଛକରେ ସ୍କୁଟି ଷଣ୍ଢକୁ ଧକ୍କା ଦେବାରୁ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି।

ରାଜକନିକା:  ରାଜକନିକା ବ୍ଲକ୍‌ ଓଳାଭରରୁ କଣ୍ଡିଆ ରାସ୍ତାରେ ଆଗପଡ଼ା ଛକ ନିକଟରେ ଭାରସାମ୍ୟ ହରାଇ ସ୍କୁଟି ଏକ ଷଣ୍ଢକୁ ଧକ୍କ ଦେବା ଫଳରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି l ମୃତ ଦୁଇ ଯୁବକ ହେଲେ ଦୈତାରୀପୁର ଗାଁ ସିଦ୍ଧାର୍ଥ ମଲିକ (୨୩ )ଓ଼ ଶିବ ପ୍ରସାଦ ସେଠି (୨୫ )l

ସୂଚନା ଅନୁସାରେ, ଆଳି ଥାନା ଅନ୍ତର୍ଗତ ପଦାନୀପାଳ ପଞ୍ଚାୟତର ଦୈତାରୀ ପର ଗାଁର ଗୁରୁଚରଣ ମଲିକ ଙ୍ ଏକମାତ୍ର ପୁଅ ସିଦ୍ଧାର୍ଥ ମଲିକ (୨୩ ) ଓ଼ ନଣ୍ଡା ସେଠୀଙ୍କ ଏକମାତ୍ର ପୁଅ ଶିବ ପ୍ରସାଦ ସେଠି (୨୫ ) l ସାଙ୍ଗ ହୋଇ ରାଜକନିକା ଆସିଥିଲେ।  ସନ୍ଧ୍ୟା ଛଅଟା ସମୟରେ ଓଳାଭରରୁ କଣ୍ଡିଆ ରାସ୍ତାର ଆଗପଡା ଛକ ନିକଟରେ ସ୍କୁଟି ଭାରସାମ୍ୟ ହରାଇ ରାସ୍ତାରେ ଥିବା ଏକ ଷଣ୍ଢକୁ ଧକ୍କ ଦେଇ ଛିଟିକି ପଡ଼ିଥିଲେ।  ସ୍ଥାନୀୟ ଲୋକମାନେ ଉଭୟଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଓ଼ ଅଗ୍ନିଶମ ବାହନୀ ସହାୟତାରେ  ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଳେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button