ରାଜ୍ୟ

Neglect: ‘ଦମନ’ ପ୍ରତ୍ୟାହାରକୁ ନେଇ ପ୍ରଶ୍ନବାଚୀ; ପୁଣି ଦମନ କାର୍ଯ୍ୟକ୍ରମ ପାଇଁ ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟକୁ ଚିଠି

ଯାଜପୁର ଜିଲ୍ଲା ନଗଡ଼ା ଅଞ୍ଚଳରେ ଗତ ମେ ମାସରୁ ଏଯାବତ୍ ମୃତ୍ୟୁର ଶିକାର ହୋଇଥିବା ୪ ଜୁଆଙ୍ଗ ଶିଶୁକନ୍ୟାଙ୍କ ମୃତ୍ୟୁ ପଛରେ ମ୍ୟାଲେରିଆ ପ୍ରମୁଖ କାରଣ ବୋଲି ଖୋଦ୍‌ ବିଭାଗୀୟ କର୍ତ୍ତୃପକ୍ଷ ସ୍ବୀକାର କରିଛନ୍ତି। ଗତ ୧୯ ତାରିଖରେ ମ୍ୟାଲେରିଆ...

କାଳିଆପାଣି (ରବି ନାରାୟଣ କର):ଯାଜପୁରଜିଲ୍ଲା ନଗଡ଼ା ଅଞ୍ଚଳରେ ଗତ ମେ ମାସରୁ ଏଯାବତ୍ ମୃତ୍ୟୁର ଶିକାର ହୋଇଥିବା ୪ ଜୁଆଙ୍ଗ ଶିଶୁକନ୍ୟାଙ୍କ ମୃତ୍ୟୁ ପଛରେ ମ୍ୟାଲେରିଆ ପ୍ରମୁଖ କାରଣ ବୋଲି ଖୋଦ୍‌ ବିଭାଗୀୟ କର୍ତ୍ତୃପକ୍ଷ ସ୍ବୀକାର କରିଛନ୍ତି। ଗତ ୧୯ ତାରିଖରେ ମ୍ୟାଲେରିଆ ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଥିବା ତୁମୁଣି ଗାଁର ଗୁରୁବାରୀ ଓ ସୁନିଆଁ ପ୍ରଧାନଙ୍କ ଝିଅ ରେବତୀ(୭)ର ମାତ୍ର ୨ ଦିନ ମଧ୍ୟରେ ସେହି ଗ‌ାଁରେ ମୃତ୍ୟୁ ହୋଇଥିଲା।

ଗତ ୬ ତାରିଖ ଗୁହିଆଶାଳ ରାଜସ୍ବ ମୌଜା ତଳଡିହ ବସ୍ତିର ମନିତା ଓ ଶିବ ପ୍ରଧାନଙ୍କ ନବଜାତ ଶିଶୁକନ୍ୟା କଇଁଚି(୪ ମାସ)ର ମୃତ୍ୟୁ ହୋଇଥିଲା। ଝିଅ ମ୍ୟାଲେରିଆରେ ମରିଗଲା ବୋଲି ଖୋଦ୍‌ ତାଙ୍କ ମାଆ ମନିତା ଅଭିଯୋଗ କରନ୍ତି। ଜଙ୍ଗଲୀ ପୋଡ଼ୁଚାଷ ତଇଳାରେ ଝିଅକୁ ବିଷାକ୍ତ ମଶା କାମୁଡ଼ି ଥିଲା। ମଶା କାମୁଡ଼ା ଜାଗାରେ ଫୋଟକା ଭଳି ଘାଆ ହୋଇଥିଲା ବୋଲି ସେ ଦର୍ଶାଇଥିଲେ।

ସେହିପରି ଗତ ମେ ମାସ ୩୦ ଓ ୧୨ ତାରିଖରେ ଗୁହିଆଶାଳ ସରକାରୀ ଉପ୍ରା ସ୍କୁଲର ୨ ଛାତ୍ରୀ ବାସନ୍ତୀ ଓ ଅଷିଣ ପ୍ରଧାନଙ୍କ ଝିଅ ତୁଳସୀ(୬) ଏବଂ ୧୨ ତାରିଖରେ ଚନ୍ଦୁରୀ ଓ ବାସୁ ଦେହୁରୀଙ୍କ ଝିଅ କାବେରୀ(୧୨)ଙ୍କର ମେଡିକାଲ୍ ବାଟରେ ମୃତ୍ୟୁ ହୋଇଥିଲା। ଏହି ୪ ଶିଶୁମୃତ୍ୟୁ ପଛରେ ମ୍ୟାଲେରିଆ ପ୍ରମୁଖ କାରଣ ବୋଲି ସ୍ବାସ୍ଥ୍ୟ ବିଭାଗ ନିଶ୍ଚିତ ହୋଇ ସେହି ଆଧାରରେ ପଦକ୍ଷେପ ନେଇଥିଲା।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button