ରାଜ୍ୟ
murder: ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜନ ସେବା କେନ୍ଦ୍ର ମାଲିକ ମୃତ
କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ହନୁମାନ ଛକ ନିକଟରେ ଗୁଳିକାଣ୍ଡରେ ଜନ ସେବା କେନ୍ଦ୍ରର ମାଲିକ ତ୍ରିଲୋଚନ ମହାନ୍ତ ମୃତ । ତାଙ୍କ ଘର ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଖଜିରାପସି ଗ୍ରାମରେ।

ପାଟଣା: କେନ୍ଦୁଝରଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ହନୁମାନ ଛକ ନିକଟରେ ଗୁଳିକାଣ୍ଡରେ ଜନ ସେବା କେନ୍ଦ୍ରର ମାଲିକ ତ୍ରିଲୋଚନ ମହାନ୍ତ ମୃତ । ତାଙ୍କ ଘର ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଖଜିରାପସି ଗ୍ରାମରେ। ସେ ରାତିରେ ଜନ ସେବା କେନ୍ଦ୍ର ବନ୍ଦ କରି ପାଟଣାକୁ ସ୍କୁଟିରେ ଯାଉଥିଲେ। ତାଙ୍କ ସ୍ତ୍ରୀ ପାଟଣା ଥାନାରେ କାର୍ଯ୍ୟରତ ଅଛନ୍ତି।
ମାରଣାସ୍ତ୍ରରେ ଆକ୍ରମଣ କରି ଖଣ୍ଡିଆଖାବରା କରିଥିଲେ
ତ୍ରିଲୋଚନ ପାଟଣାକୁ ଯାଉଥିଲା ବେଳେ ତାଙ୍କ ସ୍ତ୍ରୀଙ୍କ ସହିତ ଫୋନରେ କଥା ହୋଇ ଯାଉଥିଲେ। ଦୁର୍ବୃତ୍ତମାନେ ସେଠାରେ ପହଞ୍ଚି ତାଙ୍କୁ ହଠାତ୍ ଟଙ୍କା ବ୍ୟାଗ ମାଗିଥିଲେ। ଏହାପରେ ତାଙ୍କୁ ଦୁର୍ବୃତ୍ତ ଗୁଳିମାଡ଼ କରି ଥିଲେ। ତାଙ୍କୁ କୌଣସି ମାରଣାସ୍ତ୍ରରେ ଆକ୍ରମଣ କରି ଖଣ୍ଡିଆଖାବରା କରିଥିଲେ। ପୁଲିସ ଘଟଣା ସ୍ଥଳରୁ ତାଙ୍କୁ ଉଦ୍ଧାର କରି କେନ୍ଦୁଝର ଡାକ୍ତରଖାନାକୁ ନେଇଥିଲେ ସୁଦ୍ଧା ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଘଟଣା ସ୍ଥଳରେ ପାଟଣା ଓ ତୁରୁମୁଙ୍ଗା ପୁଲିସ ଛାନଭିନ କରୁଛି।
ସୌଜନ୍ୟ ସମ୍ବାଦ




