ଖେଳ

Hockey Semifinal: ହକି ସେମିରେ ଭାରତ-ପାକିସ୍ତାନ: ବାଂଲାକୁ ୧୦-୦ରେ ହରାଇଲେ ହରମନପ୍ରୀତ ଓ ଶିଳାନନ୍ଦ

ଏସୀୟ କ୍ରୀଡ଼ା ପୁରୁଷ ହକିରେ ବାଂଲାଦେଶ ବିପକ୍ଷରେ ଭାରତ ୧୦-୦ ଗୋଲ୍‌ରେ ବିଜୟୀ ହୋଇଛି। ଏଥିସହ ଭାରତ ପୁଲ୍‌-ଏ’ର ଶୀର୍ଷ ସ୍ଥାନ ଦଖଲ କରି ସେମିଫାଇନାଲରେ ପ୍ରବେଶ କରିଛି।

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା ପୁରୁଷ ହକିରେ ବାଂଲାଦେଶ ବିପକ୍ଷରେ ଭାରତ ୧୦-୦ ଗୋଲ୍‌ରେ ବିଜୟୀ ହୋଇଛି। ଏଥିସହ ଭାରତ ପୁଲ୍‌-ଏ’ର ଶୀର୍ଷ ସ୍ଥାନ ଦଖଲ କରି ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପୁଲ୍ ପର୍ଯ୍ୟାୟର ସମସ୍ତ ୫ଟି ମ୍ୟାଚ୍‌ରେ ବିଜୟ ହାସଲ କରିଛି। ଅକ୍ଟୋବର ୧ରେ ହେବାକୁ ଥିବା ପ୍ରଥମ ସେମିଫାଇନାଲରେ ଭାରତର ମୁକାବିଲା ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହ ହେବ। ଅନ୍ୟ ସେମିଫାଇନାଲରେ ମାଲେସିଆ ଓ ଦକ୍ଷିଣ କୋରିଆ ମୁହାଁମୁହିଁ ହେବେ। ବାଂଲାଦେଶ ବିପକ୍ଷରେ ଭାରତ ପକ୍ଷରୁ ଅଧିନାୟକ ହରମନପ୍ରୀତ୍‌ ସିଂହ (୨୭, ୪୦, ୪୫ ମିନିଟ୍‌) ହ୍ୟାଟ୍ରିକ୍‌ ଅର୍ଜନ କରିଥିବାବେଳେ ଅଭିଷେକ ତୃତୀୟ ମିନିଟ୍‌ରେ ଖାତା ଖୋଲିଥିଲେ। ଯୁଗରାଜ ସିଂହ ୨୨ତମ ମିନିଟ୍‌ରେ, ସୁଖଜିତ ସିଂହ ୩୨ତମ ମିନିଟ୍‌ରେ, ଲାକ୍ରା ଶିଳାନନ୍ଦ ୪୪ ଓ ୪୫ତମ ମିନିଟ୍‌ରେ, ସଞ୍ଜୟ ୫୯ତମ ଏବଂ ମନଦୀପ ସିଂହ ୬୦ତମ ମିନିଟ୍‌ରେ ଗୋଲ୍ କରିଥିଲେ। ଏହି ବଡ଼ ବିଜୟ ଭାରତୀୟ ଦଳର ଦୃଢ଼ ପ୍ରସ୍ତୁତି ଓ ପଦକ ଦାବିକୁ ଆହୁରି ମଜବୁତ କରିଛି।

ନିସିନ୍‌: ଚଳିତ ଏସୀୟ କ୍ରୀଡ଼ା କ୍ରିକେଟ୍‌ରେ ଭାରତୀୟ ଦଳର ପ୍ରଥମ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇଯାଇଛି। ଭାରତ ସୋମବାର ଦ୍ବିତୀୟ କ୍ବାର୍ଟରଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବାର ଥିଲା। କିନ୍ତୁ ପୂର୍ବ ରାତିର ଲଗାଣ ବର୍ଷା ଯୋଗୁଁ ପଡ଼ିଆରେ ପାଣି ଜମି ରହିଥିଲା। ଏହି କାରଣରୁ ଟସ୍‌ ମଧ୍ୟ ପଡ଼ିପାରି ନଥିଲା। ଆଇସିସି ମାନ୍ୟତାରେ ଉଚ୍ଚରେ ଥିବାରୁ ଭାରତ ସେମିଫାଇନାଲ୍‌ରେ ପ୍ରବେଶ କରିଛି। ଗୁରୁବାର ଦ୍ବିତୀୟ ସେମିଫାଇନାଲ୍‌ରେ ଭାରତର ମୁକାବିଲା ଶ୍ରୀଲଙ୍କା କିମ୍ବା ନେପାଳ ସହ ହେବ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button