ରାଜ୍ୟ

Orangutan DNA test : ଦ୍ୱନ୍ଦ୍ୱରେ ଓରାଙ୍ଗଉଟାନ୍‌ର ଡିଏନ୍‌ଏ ପରୀକ୍ଷା, ମିଳୁନି ଇଣ୍ଡୋନେସିଆ ପ୍ରଜାତିର ନମୁନା

ଭୁବନେଶ୍ୱର, ୨୯/୯ : ନନ୍ଦନକାନନରେ ଥିବା ଓରାଙ୍ଗଉଟାନ୍‌ ଶାବକଗୁଡି଼କର ପ୍ରକୃତ ଜନ୍ମସ୍ଥାନ ଚିହ୍ନଟରେ ଡିଏନ୍‌ଏ ପରୀକ୍ଷା କାଳ ସାଜିଛି । ଇଣ୍ଡୋନେସିଆରେ ଜନ୍ମିତ ଅନ୍ୟ ଓରାଙ୍ଗଉଟାନ୍‌ର ରକ୍ତର ନମୁନା ମିଳୁନଥିବାରୁ ବନ ବିଭାଗ ଚିନ୍ତା ଆହୁରି ବଢ଼ିଯାଇଛି । ବନ ବିଭାଗ ପକ୍ଷରୁ କୋଲକାତାସ୍ଥିତ ଭାରତୀୟ ପ୍ରାଣୀ ସର୍ବେକ୍ଷଣ(ଜେଡଏସଆଇ), ଡେରାଡୁନ୍‌ସ୍ଥିତ ଭାରତୀୟ ବନ୍ୟପ୍ରାଣୀ ସଂସ୍ଥାନ(ଡବ୍ଲୁଆଇଆଇ) ଓ ହାଇଦ୍ରାବାଦସ୍ଥିତ ସେଣ୍ଟର ଫର୍‌ ସେଲୁଲାର ଆଣ୍ଡ୍‌ ମଲିକୁଲାର ବାୟୋଲୋଜି(ସିସିଏମ୍‌ବି) କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଉଛି ।

ଭୁବନେଶ୍ୱର ଓୟୁଏଟିର ସେଣ୍ଟର ଫର୍‌ ୱାଇଲ୍ଡଲାଇଫ୍‌ ହେଲ୍‌ଥର ପ୍ରୋଜେକ୍ଟ କୋ- ଅର୍ଡିନେଟର ଡ. ଆଦିତ୍ୟ ଆଚାର୍ଯ୍ୟଙ୍କ କହିବା ମୁତାବକ, ସାଧାରଣତଃ ଇଣ୍ଡୋନେସିଆରେ ୩ଟି ପ୍ରଜାତିର ଓରାଙ୍ଗଉଟାନ୍‌ ବଞ୍ଚିଛନ୍ତି । ୫ଟି ଶାବକ ବୋର୍ନିଓ, ସୁମାତ୍ରା କି ଟପନୁଲି ପ୍ରଜାତିର କି ନାହିଁ ଜାଣିବା ପାଇଁ ସେଠାକାର ଏହି ବିରଳ ବନ୍ୟପ୍ରାଣୀର ଡିଏନ୍‌ଏ ନମୁନା ଦରକାର । ଜେଡ୍‌ଏସ୍‌ଆଇରେ ପୂର୍ବରୁ ଇଣ୍ଡୋନେସିଆର ବିଭିନ୍ନ ପ୍ରଜାତିର ଓରାଙ୍ଗଉଟାନକୁ ନେଇ ନାନା ପରୀକ୍ଷା କରାଯାଇଛି । ସେଠାକାର ଲାବ୍‌ର ଡାଟାବେସ୍‌ରେ ଏମାନଙ୍କ ଡିଏନ୍‌ଏର ବିବିଧତା ଉପଲବ୍ଧ ଥାଇପାରେ । ଏଥିରୁ କିଏ କେଉଁ ପ୍ରଜାତିର ବୋଲି ମେଳ କରାଯାଇ ପାରିବ । ଏହାଛଡ଼ା ୫ଟି ଯାକ ଛୁଆଙ୍କ ଭିତରେ ପ୍ରକୃତ ସମ୍ପର୍କ ବି ସ୍ପଷ୍ଟ ହୋଇଯିବ । ଏମାନଙ୍କ ବଂଶଗତ ସାମଞ୍ଜସ୍ୟ ବି ଜଣାପଡି଼ଯିବ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button