ରାଜ୍ୟ

ପଞ୍ଚାୟତରେ ମାଳମାଳ ଦୁର୍ନୀତି : ବାଇକ୍‌-ଲୁନା ବୋହିଛନ୍ତି ବାଲି, ଚିପ୍ସ… ପର୍ଯ୍ୟଟନ ମାଷ୍ଟର୍‌ପ୍ଲାନ୍‌ ଫେଲ୍‌, ଇକୋ ରିଟ୍ରିଟ୍‌ରେ ୨୦୭ କୋଟି ସ୍ଵାହା

ଭୁବନେଶ୍ୱର, ୨୯/୯ : ବିଧାନସଭାରେ ଉପସ୍ଥାପନ ହେଲା ୬ଟି ସିଏଜି ରିପୋର୍ଟ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୬ଟି ସିଏଜି ରିପୋର୍ଟ ଉପସ୍ଥାପନ କରିଛନ୍ତି । ଏହାପରେ ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ ଅଫିସ୍‌ରେ ଅଡିଟ୍‌ ରିପୋର୍ଟକୁ ନେଇ ବିସ୍ତୃତ ତଥ୍ୟ ଦିଆଯାଇଛି । ପଞ୍ଚାୟତ ସ୍ତରରେ ମାଳ ମାଳ ଦୁର୍ନୀତିର ପର୍ଦ୍ଦାଫାସ୍ ହୋଇଛି । ଯେମିତିକି ବାଇକ୍‌ ଓ ଲୁନାରେ ବାଲି ଓ ଚିପ୍ସ ବୁହା ହୋଇଛି । ବସ୍ତାରେ ନୁହେଁ, ଟ୍ରିପ୍‌ ହିସାବରେ ଏ ସବୁ ଲଘୁ ଖଣିଜ ଲୋଡିଂ ହୋଇ ବୁହାଯାଇଛି । ବାଇକ୍‌ ଓ ଲୁନାରେ ବାଲି, ଚିପ୍ସ ବୋହି ବୋହି କଲ୍ୟାଣ ମଣ୍ଡପ ଓ କମ୍ୟୁନିଟି ସେଣ୍ଟର ତିଆରି କରି ଦେଇଛନ୍ତି । ଅବାସ୍ତବ ଓ ଉଦ୍ଭଟ ଲାଗୁଥିଲେ ବି ଏହା ସତ । ପଞ୍ଚାୟତରେ ହୋଇଥିବା ଏହି କେଳେଙ୍କାରିକୁ ଧରିଛନ୍ତି ସିଏଜି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button