ରାଜ୍ୟ

Family dispute : ପାରିବାରିକ କଳହର କରୁଣ ପରିଣତି,ନିଜ ଦେହରେ ନିଜେ ନିଆଁ ଲଗେଇ ଦେଲେ ମହିଳା

ପଟ୍ଟାମୁଣ୍ଡେଇ,୨୯\୯ : ପାରିବାରିକ କଳହର କରୁଣ ପରିଣତି ।ନିଜ ଦେହରେ ନିଜେ ନିଆଁ ଲଗେଇ ଦେଲେ ମହିଳା । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ରାଜନଗର ଥାନା ଅନ୍ତର୍ଗତ କୋଇଲିପୁର ପଞ୍ଚାୟତ ବାରହାପୁର ଗାଁରେ ।

ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ପୁଅ ଆଗରେ ମାଆ ଏପରି କାଣ୍ଡ ଭିଆଇଥିବା କୁହାଯାଉଛି । ମହିଳାଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ିଯାଇଛି । ତାଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଅବସ୍ଥା ସଂକଟାପନ୍ନ ଥିବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘରେ ଅନ୍ୟ ସଦସ୍ୟ ଥାଇ ମଧ୍ୟ ନିଆଁ ଲଗାଇବା କଥା କେହି ନଜାଣିପାରିବା ଘଟଣାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ପୋଲିସ ଘଟଣାର ପ୍ରକୃତ କାରଣ ଖୋଜିବାକୁ ତଦନ୍ତ ଜାରି ରଖିଛି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button