ରାଜ୍ୟ

ବାରବାଟୀରେ ୱାରିୟର୍ସର ଧମାକା, ୯ ରନ୍‌ରେ ଜିତି ଫାଇନାଲ୍‌ରେ ସମ୍ବଲପୁର

ଭୁବନେଶ୍ୱର, ୩୦/୦୯ : ଭୁବନେଶ୍ୱର ଟାଇଗର୍ସକୁ ୯ ରନରେ ପରାସ୍ତ କରି ଓଡ଼ିଶା ଟି-୨୦ ଲିଗ୍ ଫାଇନାଲ୍‌ରେ ଏଣ୍ଟ୍ରି କରିଛି ସମ୍ବଲପୁର ୱାରିୟର୍ସ। ମଙ୍ଗଳବାର ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯାଇଥିବା କ୍ୱାଲିଫାୟର୍ ମ୍ୟାଚ୍ ଖୁବ ରୋମାଞ୍ଚକର ଥିଲା। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ସମ୍ବଲପୁର ୱାରିୟର୍ସ ୨୦ ଓଭରରେ ୮ ୱିକେଟ୍ ହରାଇ ୧୬୨ ରନ୍ କରିଥିଲା। ଅଷ୍ଟମ ଓଭରରେ ୪୮ ରନ୍‌ରେ ୩ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିବା ସମ୍ବଲପୁର ପାଇଁ ଶାନ୍ତନୁ ମିଶ୍ର ଓ ସାଇଦୀପ ମହାପାତ୍ର ଇନିଂସ୍ ସମ୍ଭାଳିଥିଲେ। ଉଭୟେ ଚତୁର୍ଥ ୱିକେଟ୍ ପାଇଁ ୬୮ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଭାଗୀଦାରି କରି ଦଳକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button