ରାଜ୍ୟ

Banaka Lagi ritual: ଆଜି ମହାପ୍ରଭୁଙ୍କ ବନକଲାଗି, ସନ୍ଧ୍ୟା ୬ରୁ ରାତି ୧୦ଟା ଦର୍ଶନ ମନା

ପୁରୀ,୩୦\୯: ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ତଥା ଶ୍ରୀମୁଖସିଂହାର ନୀତି ହେବ । ଏହି ବିଶେଷ ନୀତି ପାଇଁ ଭକ୍ତମାନେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ପ୍ର।ୟ ୪ଘଣ୍ଟା ଧରି ମହାପ୍ରଭୁଙ୍କ ଦର୍ଶନ ପାଇବେ ନାହିଁ । ଅପରାହ୍ଣରେ ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ମହାପ୍ରଭୁଙ୍କ ବନକଲାଗି ନୀତି ଆରମ୍ଭ ହେବ । ଦତ୍ତମହାପାତ୍ର ସେବକମାନେ ଠାକୁରଙ୍କ ଶ୍ରୀମୁଖ ସିଂହାର କରିବା ପାଇଁ ଗର୍ଭଗୃହକୁ ପ୍ରବେଶ କରିବେ ।

ବନକଲାଗି ପାଇଁ ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୁର, କଇଥ ଅଠା, କସ୍ତୁରୀ ଓ କଳା ଇତ୍ୟାଦି ବ୍ୟବହାର କରାଯିବ । ବନକଲାଗି ନୀତି ଦ୍ବାରା ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗର ଶ୍ରୀବୃଦ୍ଧି ଘଟିଥାଏ । ପରେ ମହାସ୍ନାନ ପୂଜା ବଢ଼ି ପୁନଃ ନୀତି ଓ ଦର୍ଶନ ଆଗେଇବ । ଶ୍ରଦ୍ଧାଳୁମାନେ ପୁଣିଥରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button