ରାଜ୍ୟ

Odisha flood : ବନ୍ୟା କଷ୍ଟକୁ ବଳିଯାଉଛି ଡଙ୍ଗା ଭଡ଼ା, ନିରବଦ୍ରଷ୍ଟା ଆଳି ବ୍ଲକ୍ ପ୍ରଶାସନ

ଆଳି,୩୦\୯ : ଆଳିରେ ସାମାନ୍ୟତମ  ବନ୍ୟା ହେଲେ ଆଳି-ଗୋବିନ୍ଦପୁର ମୁଖ୍ୟ ରାସ୍ତାର ମାନପୁରଠାରୁ ଡିମିରିପାଳ ମଠ ନିକଟରେ ଥିବା  ଘୋଷରା ନିକଟରେ ବନ୍ୟା ଜଳରେ ବୁଡ଼ିଯାଇ  ପ୍ରଥମେ ଧୋୟାଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ  ହୋଇଥାଏ । ଫଳରେ ଲୋକଙ୍କୁ ଏହି ସମୟରେ  କାତ ଡଙ୍ଗାରେ ୮୦ରୁ ୧୫୦ ଟଙ୍କା ପର୍ଯ୍ୟନ୍ତ ଦେଇ  ଆଳି ସଦର ମହକୁମାକୁ ଯିବା ପାଇଁ ପଡ଼ିଥାଏ ।  ଚଳିତ ବର୍ଷ ୫ ଥର ବନ୍ୟା ଆସିବା ଫଳରେ  ଲୋକଙ୍କ ଦୁର୍ଦ୍ଦଶା ବଢ଼ି ଚାଲିଛି । ବର୍ଷା ସିନା  ଛାଡ଼ି ଯାଇଛି ହେଲେ ଏବେ ଗାଁରେ ପାଣି ଜମି  ରହିଛି । ଏମିତି ଅବସ୍ଥାରେ ପିଢ଼ି ପରେ ପିଢ଼ି  ବିତିଛି । ସରକାର ପରେ ସରକାର ବଦଳିଛି ।  ହେଲେ ବଦଳି ପାରିନି ଆଳି ଧୋୟାଞ୍ଚଳ ୧୦ ପଞ୍ଚାୟତ ଲୋକଙ୍କ ଭାଗ୍ୟ ।

ବନ୍ୟା ଆସିଲେ  ସେମାନଙ୍କ ଦୁଃଖ ଦ୍ୱିଗୁଣିତ ହୋଇଯାଏ । ପାନୀୟ  ଜଳ, ଖାଦ୍ୟ, ଯାତାୟତ ପାଇଁ ଲୋକେ ହନ୍ତସନ୍ତ ହୋଇଥାନ୍ତି । ଜୀବନ ଜୀବିକାଠାରୁ ଆରମ୍ଭ କରି  ସ୍ୱାସ୍ଥ୍ୟସେବା ସବୁ ଠପ୍‌ ହୋଇଯାଏ । ଏଥିରୁ  ବାଦ୍‌ ପଡ଼ନ୍ତିନି ଗୃହପାଳିତ ପଶୁ । ସମସ୍ତ  ଦିଗରୁ କ୍ଷତିଗ୍ରସ୍ତ ହୁଅନ୍ତି ଧୋୟାଞ୍ଚଳବାସୀ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍‌ର ଖରସ୍ରୋତା  ଓ କାଣୀ ନଦୀରେ ପଞ୍ଚମ ବନ୍ୟା ଯୋଗୁଁ ଗାଁ ଗଣ୍ଡା ଏବେ ପାଣି ଘେରରେ । ଲୋକମାନେ  ଜଳବନ୍ଦୀ ହୋଇ ଜୀବନ କାଟୁଛନ୍ତି । ଆଳି ବ୍ଲକ୍‌  ୩୪ ପଞ୍ଚାୟତରୁ ୧୦ ପଞ୍ଚାୟତ ଧୋୟାଞ୍ଚଳ ଭାବେ ପରିଚିତ । ସାମାନ୍ୟ ବନ୍ୟା ଆସିଲେ ଏହି  ୧୦ ପଞ୍ଚାୟତ ପ୍ରଥମେ ପ୍ରଭାବିତ ହୋଇଥାଏ । ବର୍ତ୍ତମାନ ମାନପୁର-ଗୋବିନ୍ଦପୁର ରାସ୍ତାରେ ୩  ଫୁଟ ଉଚ୍ଚରେ ବନ୍ୟା ପାଣି ଢେଉ ଖେଳୁଛି ।  ସରକାର ଓ ବ୍ଲକ୍‌ ପ୍ରଶାସନ ନିରବଦ୍ରଷ୍ଟା  ସାଜିଥିବା ହେତୁ ଏଠାରେ ଲୋକେ ଯାତାୟାତ  କରିବା ପାଇଁ ବେସରକାରୀ କାତ ଡଙ୍ଗା ଉପରେ ନିର୍ଭରଶୀଳ ।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button