ଖେଳ

Selectors Meeting: ଅଗରକରଙ୍କ ସ୍ଥାନରେ ପୂର୍ବ କ୍ରିକେଟର ହେଲେ ଚିଫ୍ ସିଲେକ୍ଟର ! ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ବାଛିବେ ଟିମ୍

ନୂଆଦିଲ୍ଲୀ,୩୦/୦୯; ପୂର୍ବତନ ଅଲରାଉଣ୍ଡର ଅଜିତ ଅଗରକରଙ୍କ  କାର୍ଯ୍ୟକାଳ ଆସନ୍ତା ୪ ତାରିଖରେ ଶେଷ ହେବାକୁ ଯାଉଛି । କିନ୍ତୁ ଏହା  ପୂର୍ବରୁ ତାଙ୍କ ଅନୁପସ୍ଥିତିରେ ଗୌହାଟୀରେ ମଙ୍ଗଳବାର ବିସିସିଆଇ ଚୟନ କମିଟିର  ବୈଠକ ବସିଥିଲା । ପୂର୍ବତନ ଓଡ଼ିଆ ସ୍ପିନର ପ୍ରଜ୍ଞାନ ଓଝାଙ୍କୁ ବୈଠକରେ  ଅଧ୍ୟକ୍ଷତା କରାଯିବାକୁ କୁହାଯାଇଥିଲା । ନୂଆ ମୁଖ୍ୟ ଚୟନକର୍ତ୍ତା ଚୟନ ନହେବା ପର୍ଯ୍ୟନ୍ତ ସେ ମଧ୍ୟବର୍ତ୍ତୀକାଳୀନ  ଅଧ୍ୟକ୍ଷ ଭୂମିକା ନିର୍ବାହ କରିବେ ।  ଚୟନ କମିଟିରେ ପ୍ରଥମ  ଓଡ଼ିଆ ଟେଷ୍ଟ ଖେଳାଳି ଶିବ ସୁନ୍ଦର  ଦାସ, ଆରପି ସିଂ ଓ ଅଜୟ ରାତ୍ରା  ରହିଛନ୍ତି । ପୂର୍ବରୁ ଶିବ ସୁନ୍ଦର  ମଧ୍ୟ ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ  ଭୂମିକା ନିର୍ବାହ କରିଥିଲେ ।  ବର୍ତ୍ତମାନ ସଦସ୍ୟମାନଙ୍କ ମଧ୍ୟରେ ସର୍ବାଧିକ ଟେଷ୍ଟ ଖେଳିବାର ଅଭିଜ୍ଞତା  ଦୃଷ୍ଟିରୁ ପ୍ରଜ୍ଞାନ ଅଧ୍ୟକ୍ଷ ପଦରେ ନିଯୁକ୍ତ ହୋଇଛନ୍ତି । ସେ ୨୪ଟି,  ଶିବସୁନ୍ଦର ୨୩ଟି, ଆରବି ୧୪ଟି ଓ ରାତ୍ରା ୬ଟି ମ୍ୟାଚ ଖେଳିଥିଲେ । ୪୦ ବର୍ଷୀୟ ପ୍ରଜ୍ଞାନ ଦକ୍ଷିଣାଞ୍ଚଳରୁ ଏବଂ ଶିବସୁନ୍ଦର କେନ୍ଦ୍ରାଞ୍ଚଳରୁ  ପ୍ରତିନିଧିତ୍ୱ କରୁଛନ୍ତି । ପାର୍ଥିବ ପଟେଲଙ୍କୁ ଜାତୀୟ ମୁଖ୍ୟ ଚୟନକର୍ତ୍ତା କରାଯାଇ ପାରେ । ପ୍ରଜ୍ଞାନ ମଧ୍ୟ ବିସିସିଆଇର ଶୁଭ ଦୃଷ୍ଟିରେ ରହିଛନ୍ତି ବୋଲି କୁହାଯାଉଛି ।

ଗୌହାଟୀରେ ବସିଥିଲା ଚୟନକର୍ତ୍ତା ବୈଠକ- ଟିମ୍ ଇଣ୍ଡିଆର ୪ଜଣ ଚୟନକର୍ତ୍ତା ବର୍ତ୍ତମାନ ଗୌହାଟୀରେ ଅଛନ୍ତି। ମଙ୍ଗଳବାର ଏହି ଚାରିଜଣ ସାକ୍ଷାତ ହୋଇଥିଲେ ଏବଂ ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ମନୋନୀତ ହେବାକୁ ଥିବା ଖେଳାଳିଙ୍କ ବିଷୟରେ ଆଲୋଚନା ହୋଇଥିବା ଖବର ରହିଛି । ୪୦ ବର୍ଷୀୟ ପ୍ରଜ୍ଞାନ ଓଝା ଭାରତ ପାଇଁ ୨୪ ଟେଷ୍ଟରେ ୧୧୩ ୱିକେଟ୍ ନେଇଛନ୍ତି । ସେ ୧୮ଟି ଦିନିକିଆରେ ୨୧ଟି ୱିକେଟ୍ ନେଇଥିଲେ। ଟି-୨୦ରେ ମଧ୍ୟ ସେ ୬ଟି ମ୍ୟାଚରେ ୧୦ଟି ୱିକେଟ୍ ନେଇଛନ୍ତି । ପୂର୍ବତନ ସ୍ପିନର ପ୍ରଜ୍ଞାନ ଓଝାଙ୍କୁ ମଧ୍ୟବର୍ତ୍ତୀକାଳୀନ ଚିଫ୍ ସିଲେକ୍ଟର କରାଯାଇଛି । ଅଜିତ୍ ଅଗରକର ଅକ୍ଟୋବର ୪ରେ ତାଙ୍କ ପଦକ ଛାଡିବେ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button