ଖେଳ

IND VS WI 2nd ODI: ସିରାଜ ଖେଳିବେ ତ ? ଭାରତର ଟାର୍ଗେଟ୍ ସିରିଜ୍ କବ୍‌ଜା, ୱେଷ୍ଟ ଇଣ୍ଡିଜ ପାଇଁ ‘କର ବା ମର’

ନୂଆଦିଲ୍ଲୀ,୩୦/୦୯; ଘରୋଇ ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ଆଜି ଖେଳାଯିବ ଦ୍ୱିତୀୟ ଦିନିକିଆ । ପ୍ରଥମ ମ୍ୟାଚ ଜିତି ସାରିଥିବା ଭାରତୀୟ ଦଳ ସିରିଜ କବ୍‌ଜା କରିବାକୁ ପ୍ରୟାସ କରିବ । ୱେଷ୍ଟ ଇଣ୍ଡିଜ ପାଇଁ ଏହା ‘କର ବା ମର’ ମ୍ୟାଚ ରହିବ । ଗୌହାଟୀରେ ବିଜୟ ସହ ସିରିଜକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଭ୍ରମଣକାରୀ ୱେଷ୍ଟ ଇଣ୍ଡିଜ ଦଳ ସବୁ ଶକ୍ତି ଲଗାଇବାକୁ ପ୍ରସ୍ତୁତ । ଫଳରେ ମ୍ୟାଚଟି ସଂଘର୍ଷପୂର୍ଣ୍ଣ ହେବ । ଦକ୍ଷତା ଓ ପୂର୍ବ ପ୍ରଦର୍ଶନକୁ ବିଚାରକୁ ନେଲେ ଆଜି ମଧ୍ୟ ଭାରତର ପଲା ଭାରି ରହିବା ନିଶ୍ଚିତ । ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଭାରତ ଖେଳିଥିବା ଶେଷ ୧୨ଟି ମ୍ୟାଚରୁ ୧୧ଟିରେ ବିଜୟ ହାସଲ କରି ସାରିଛି । ଭାରତକୁ ହରାଇବାର କ୍ଷମତା ୱେଷ୍ଟ ଇଣ୍ଡିଜ ନିକଟରେ ରହିଛି । ପ୍ରଥମ ମ୍ୟାଚରେ ୱେଷ୍ଟ ଇଣ୍ଡିଜ ଉନ୍ନତ ବ୍ୟାଟିଂ କରିଥିଲା । ମାତ୍ର ବୋଲିଂରେ ନିରାଶ କରିବା ଯୋଗୁଁ ଭାରତ ୮ ଓଭର ବାକି ଥାଇ ସହଜ ବିଜୟ ହାସଲ କରିଥିଲା । ଏଥର ବୋଲିଂ ବିଭାଗର ତ୍ରୁଟି ସୁଧାରି ୱେଷ୍ଟ ଇଣ୍ଡିଜ ଗ୍ରାଉଣ୍ଡକୁ ଓହ୍ଲାଇବ ।

ପ୍ରଥମ ମ୍ୟାଚରେ ୪ଟି ୱିକେଟ୍ ନେଇ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିବା କୁଲଦୀପ ଯାଦବ ଏକ ରେକର୍ଡ କରିବାର ସୁଯୋଗ ରହିଛି । ଆଜି ସେ ୨ଟି ୱିକେଟ୍ ନେଲେ ଭାରତର ନବମ ବୋଲର ଭାବେ ଦିନିକିଆରେ ୨୦୦ ୱିକେଟ୍ ପୂରଣ କରିବେ । ଆଜି ବିରାଟ କୋହଲିଙ୍କ ଉପରେ ନଜର ରହିବ । ଥିରୁଅନନ୍ତପୁରମ୍‌ରେ ଅନୁଷ୍ଠିତ ପ୍ରଥମ ମ୍ୟାଚରେ ସେ ଶତକ ଅର୍ଜନ କରି ଦଳକୁ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ବର୍ଷାପଡ଼ା ଷ୍ଟାଡ଼ିୟମ୍‌ରେ ମଧ୍ୟ କୋହଲି ୨ଟି ମ୍ୟାଚ୍ ଖେଳି ଉଭୟରେ ଶତକ ଅର୍ଜନ କରିବା ସହ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି । ରୋହିତ ଶର୍ମାଙ୍କ ନାମରେ ମଧ୍ୟ ଏକ ରେକର୍ଡ ଯୋଡ଼ି ହେବାର ସୁଯୋଗ ରହିଛି । ସେ ଆଜି ୭୩ ରନ୍ କଲେ ବିଶ୍ୱର ସପ୍ତମ ଓ ଭାରତର ତୃତୀୟ ବ୍ୟାଟର ଭାବେ ଦିନିକିଆରେ ୧୨,୦୦୦ ରନ ପୂରଣ କରିବେ । ଅଲ୍‌ରାଉଣ୍ଡର ସେରଫାନ ରଦରଫୋର୍ଡ ବ୍ୟକ୍ତିଗତ କାରଣରୁ ବିଳମ୍ବରେ ଭାରତ ଆସିଥିବାରୁ ପ୍ରଥମ ମ୍ୟାଚ ଖେଳିପାରି ନଥିଲେ । ଆଜି ସେ ଏକାଦଶକୁ ଫେରିବାର ସମ୍ଭାବନା ରହିଛି । ଏହା ସମ୍ଭବ ହେଲେ ଜୁଏଲ ଆଣ୍ଡ୍ର୍ୟୁ ଏକାଦଶରୁ ବାଦ ପଡ଼ିବେ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button