CJP: ସିଜେପିକୁ ଫଡନାଭିସ ଦେଲେ ନୂଆ ନାଁ: ‘କଂଗ୍ରେସ ଜିତାଓ ପ୍ରୋଗ୍ରାମ୍’
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ‘କକ୍ରୋଚ୍ ଜନତା ପାର୍ଟି’ (ସିଜେପି)କୁ ନୂଆ ନାଁ ଦେଇଛନ୍ତି। ସେ ଏହାକୁ ‘କଂଗ୍ରେସ ଜିତାଓ ପ୍ରୋଗ୍ରାମ୍’ ବୋଲି କହିବା ସହ ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ଶୂନ୍ୟସ୍ଥାନ ପୂରଣ ପାଇଁ କଂଗ୍ରେସ ସିଜେପିକୁ ବ୍ୟବହାର କରୁଥିବା ଆରୋପ ଲଗାଇଛନ୍ତି।

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ‘କକ୍ରୋଚ୍ ଜନତା ପାର୍ଟି’ (ସିଜେପି)କୁ ନୂଆ ନାଁ ଦେଇଛନ୍ତି। ସେ ଏହାକୁ ‘କଂଗ୍ରେସ ଜିତାଓ ପ୍ରୋଗ୍ରାମ୍’ ବୋଲି କହିବା ସହ ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ଶୂନ୍ୟସ୍ଥାନ ପୂରଣ ପାଇଁ କଂଗ୍ରେସ ସିଜେପିକୁ ବ୍ୟବହାର କରୁଥିବା ଆରୋପ ଲଗାଇଛନ୍ତି। ସିଜେପି ପକ୍ଷରୁ ଅକ୍ଟୋବର ୨ରେ ମୁମ୍ବାଇରେ ପ୍ରଦର୍ଶନ କରାଯିବା ସହ ଏସ୍ଆଇଆର୍କୁ ନେଇ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ହଟାଇବା ଦାବି କରାଯାଇଛି।
ମଙ୍ଗଳବାର ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଫଡନାଭିସ କହିଥିଲେ ଯେ, ମହାରାଷ୍ଟ୍ରରେ ଏକ ରାଜନୈତିକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ତାହାକୁ ପୂରଣ କରିବା ପାଇଁ ରାଜନୈତିକ ଦଳ ଭାବେ ପରିଚିତି ନ ଥିବା ସଂଗଠନଗୁଡ଼ିକୁ ବ୍ୟବହାର କରାଯାଉଥିବା ସେ ଅଭିଯୋଗ କରିଥିଲେ। ତାଙ୍କ ଦାବି ଅନୁସାରେ, ଲୋକସଭା ନିର୍ବାଚନ ପୂର୍ବରୁ ‘ଭାରତ ଯୋଡ଼ୋ ଯାତ୍ରା’ ସମୟରେ ୧୮୯ଟି ବାମପନ୍ଥୀ ସଂଗଠନ ଏକାଠି ହୋଇଥିଲେ ଏବଂ ସେମାନେ କଂଗ୍ରେସ ସପକ୍ଷରେ ଏକ ଧାରଣା ସୃଷ୍ଟି କରିଥିଲେ। ଫଡନାଭିସ ଆହୁରି କହିଥିଲେ ଯେ, ସିଜେପି ଓ କଂଗ୍ରେସର କାର୍ଯ୍ୟପଦ୍ଧତି ସମାନ। ସମ୍ବିଧାନକୁ ହାତରେ ଧରି ଏହା ଅଧୀନରେ ଗଠିତ ବିଭିନ୍ନ ଅନୁଷ୍ଠାନକୁ ଆକ୍ରମଣ କରିବା ହେଉଛି ଏହି ପଦ୍ଧତିର ଅଂଶ।
ସୌଜନ୍ୟ ସମ୍ବାଦ




