ଖେଳ

The glory of Gill’s: ଗିଲ୍‌ଙ୍କ ଦ୍ବିଶତକ ଗୌରବ: ଭାରତର ସର୍ବୋଚ୍ଚ ପଶ୍ଚାତଧାବନ ବିଜୟ

ଗୁଆହାଟୀ ଦିନିକିଆରେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ଶୁବମନ ଗିଲ୍‌ ଐତିହାସିକ ଦ୍ବିଶତକ ଅର୍ଜନ କରିଛନ୍ତି। ନିଜର ୨୨୩ ରନ୍‌ର ଅପରାଜିତ ପାଳି ଭିତରେ ମାତ୍ର ୧୧୭ ବଲ୍‌ରୁ ଦ୍ବିଶତକ ଛୁଇଁ ବିଶ୍ବ କ୍ରିକେଟର ଦ୍ରୁତତମ ହୋଇଛନ୍ତି ସେ।

ଗୁଆହାଟୀ: ଗୁଆହାଟୀ ଦିନିକିଆରେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ଶୁବମନ ଗିଲ୍‌ ଐତିହାସିକ ଦ୍ବିଶତକ ଅର୍ଜନ କରିଛନ୍ତି। ନିଜର ୨୨୩ ରନ୍‌ର ଅପରାଜିତ ପାଳି ଭିତରେ ମାତ୍ର ୧୧୭ ବଲ୍‌ରୁ ଦ୍ବିଶତକ ଛୁଇଁ ବିଶ୍ବ କ୍ରିକେଟର ଦ୍ରୁତତମ ହୋଇଛନ୍ତି ସେ। ଏହି କ୍ରମରେ ଗିଲ୍‌ ଅନ୍ୟତମ ଭାରତୀୟ ଯୁବ ବ୍ୟାଟର୍‌ ଈଶାନ କିଶନଙ୍କ ରେକର୍ଡ ଭାଙ୍ଗିଛନ୍ତି। ଈଶାନ ୨୦୨୨ ମସିହାରେ ଚଟ୍ଟଗ୍ରାମଠାରେ ବାଂଲାଦେଶ ବିପକ୍ଷରେ ୧୨୬ ବଲ୍‌ରୁ ଦ୍ବିଶତକ ହାସଲ କରିଥିଲେ। ଦିନିକିଆ କ୍ରିକେଟରେ ଗିଲ୍‌ଙ୍କର ଏହା ହେଉଛି ଦ୍ବିତୀୟ ଦ୍ବିଶତକ। ଏହା ପୂର୍ବରୁ ସେ ୨୦୨୩ ମସିହାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜ ଖେଳ ଜୀବନର ପ୍ରଥମ ଦ୍ବିଶତକ ହାସଲ କରିଥିଲେ। ସେତେବେଳେ ପୁରୁଷ କ୍ରିକେଟର ସର୍ବକନିଷ୍ଠ ‌ଖେଳାଳି ଭାବେ ଦିନିକିଆରେ ଗିଲ୍‌ ଦ୍ବିଶତକୀୟ ପାଳି ଖେଳିଥିଲେ। ତେବେ ଦିନିକିଆରେ ସର୍ବାଧିକ ଦ୍ବିଶତକ ହାସଲ କରିବାରେ ତାଙ୍କ ଓପନିଂ ପାର୍ଟନର ତଥା ହିଟ୍‌ ମ୍ୟାନ୍‌ ରୋହିତ ଶର୍ମା ସବୁଠୁ ଆଗରେ ରହିଛନ୍ତି। ସେ ତିନିଟି ଦ୍ବିଶତକ ଅର୍ଜନ କରିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button