ଖେଳ
India vs West Indies 2nd ODI: ଗର୍ଜିଲା ଗିଲ୍-ରୋହିତଙ୍କ ବ୍ୟାଟ୍; ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତର ବିଶାଳ ବିଜୟ
ଗୁଆହାଟୀର ବରସାପାରା ଷ୍ଟାଡିୟମରେ ଆଜି ଭାରତୀୟ କ୍ରିକେଟ୍ ଟିମ୍ର ଅଧିନାୟକ ଶୁଭମନ ଗିଲ୍ ଏବଂ ହିଟ୍ମ୍ୟାନ୍ ରୋହିତ ଶର୍ମାଙ୍କର ବ୍ୟାଟ୍ ଗର୍ଜିଛି। ସତେ ଯେପରି ଉଭୟ ବ୍ୟାଟରଙ୍କ ବ୍ୟାଟ୍ ଭୋକିଲା ଥିଲା ଭଳି ମନେ ହୋଇଛି।

ଗୁଆହାଟୀ: ଗୁଆହାଟୀର ବରସାପାରା ଷ୍ଟାଡିୟମରେ ଆଜି ଭାରତୀୟ କ୍ରିକେଟ୍ ଟିମ୍ର ଅଧିନାୟକ ଶୁଭମନ ଗିଲ୍ ଏବଂ ହିଟ୍ମ୍ୟାନ୍ ରୋହିତ ଶର୍ମାଙ୍କର ବ୍ୟାଟ୍ ଗର୍ଜିଛି। ସତେ ଯେପରି ଉଭୟ ବ୍ୟାଟରଙ୍କ ବ୍ୟାଟ୍ ଭୋକିଲା ଥିଲା ଭଳି ମନେ ହୋଇଛି। ଦର୍ଶକମାନେ ଉଭୟ ବ୍ୟାଟରଙ୍କ ଠାରୁ ବିସ୍ଫୋରକ ବ୍ୟାଟିଂ ଦେଖିଛନ୍ତି। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ମିଳିଥିବା ୪୦୬ ରନ୍ର ବିଜୟ ଲକ୍ଷ୍ୟକୁ ଭାରତ ସହଜରେ ହାସଲ କରିଛି। ଭାରତ ୪୩.୩ ଓଭରରେ ୨ଟି ୱିକେଟ୍ ହରାଇ ୪୦୬ ରନ୍ କରିଛି। ଭାରତ ଏହି ବିଜୟ ସହିତ ଚଳିତ ଶଙ୍ଖଳାରେ ୨-୦ରେ ଅଗ୍ରଣୀ ହାସଲ କରିଛି।
ସୌଜନ୍ୟ ସମ୍ବାଦ




