ଖେଳ
Women’s hockey: ୪୪ ବର୍ଷ ପରେ ସ୍ବର୍ଣ୍ଣ ଆଶା: ଫାଇନାଲ୍ରେ ମହିଳା ହକି ଦଳ
ଚଳିତ ଏସୀୟ କ୍ରୀଡ଼ାର ମହିଳା ହକିରେ ଭାରତ ଐତିହାସିକ ସଫଳତା ଦିଗରେ ଆଉ ଏକ ବଡ଼ ପାଦ ବଢ଼ାଇଛି। ବୁଧବାର ସେମିଫାଇନାଲ୍ରେ ରୋମାଞ୍ଚକ ଭାବେ ଦକ୍ଷିଣ କୋରିଆକୁ ୨-୦ ଗୋଲ୍ରେ ପରାସ୍ତ କରି ଭାରତ ଫାଇନାଲ୍ରେ ପ୍ରବେଶ କରିଛି।

ନାଗୋୟା: ଚଳିତ ଏସୀୟ କ୍ରୀଡ଼ାର ମହିଳା ହକିରେ ଭାରତ ଐତିହାସିକ ସଫଳତା ଦିଗରେ ଆଉ ଏକ ବଡ଼ ପାଦ ବଢ଼ାଇଛି। ବୁଧବାର ସେମିଫାଇନାଲ୍ରେ ରୋମାଞ୍ଚକ ଭାବେ ଦକ୍ଷିଣ କୋରିଆକୁ ୨-୦ ଗୋଲ୍ରେ ପରାସ୍ତ କରି ଭାରତ ଫାଇନାଲ୍ରେ ପ୍ରବେଶ କରିଛି। ଇଶିକା ଚୌଧୁରୀ ଓ ଅଧିନାୟିକା ସଲିମା ଟେଟେଙ୍କ ଗୋଲ୍ରେ ଭାରତ ଏହି ବିଜୟ ହାସଲ କରିଛି। ଫାଇନାଲ୍ରେ ଭାରତର ମୁକାବିଲା ଶୁକ୍ରବାର ଗତ ସଂସ୍କରଣର ବିଜେତା ଚୀନ୍ ସହ ହେବ। ଏହି ବିଜୟ ସହ ଭାରତ ଏସୀୟ କ୍ରୀଡ଼ା ମହିଳା ହକିରେ ଦ୍ବିତୀୟ ଥର ପାଇଁ ସ୍ବର୍ଣ୍ଣ ପଦକ ଜିତିବାର ନିକଟତର ହୋଇଛି। ଭାରତ ଶେଷ ଥର ୧୯୮୨ ନୂଆଦିଲ୍ଲୀ ଏସୀୟ କ୍ରୀଡ଼ାରେ ମହିଳା ହକିରୁ ସ୍ବର୍ଣ୍ଣ ପଦକ ଜିତିଥିଲା।
ସୌଜନ୍ୟ ସମ୍ବାଦ




