ଖେଳ

Asian Games 2026: ସେଲିଂ: ପ୍ରିନ୍ସ-ମନୁଙ୍କୁ ସ୍କିଫ୍‌ ରୌପ୍ୟ

ଭାରତର ପ୍ରିନ୍ସ ନୋବେଲ ଓ ମନୁ ଫ୍ରାନ୍‌ସିସ୍‌ ଚଳିତ ଏସୀୟ କ୍ରୀଡ଼ାରେ ଗୁରୁବାର ସେଲିଂର ପୁରୁଷ ସ୍କିଫ୍‌ ଇଭେଣ୍ଟ୍‌ରେ ରୌପ୍ୟ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି। ଏସୀୟ କ୍ରୀଡ଼ାରେ ପଦାର୍ପଣ କରିଥିବା ଏହି ଭାରତୀୟ ଯୋଡ଼ି ଚୀନ୍‌ର ୱେନ୍‌ ଜାଇଦିଂ...

ନାଗୋୟା: ଭାରତର ପ୍ରିନ୍ସ ନୋବେଲ ଓ ମନୁ ଫ୍ରାନ୍‌ସିସ୍‌ ଚଳିତ ଏସୀୟ କ୍ରୀଡ଼ାରେ ଗୁରୁବାର ସେଲିଂର ପୁରୁଷ ସ୍କିଫ୍‌ ଇଭେଣ୍ଟ୍‌ରେ ରୌପ୍ୟ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି। ଏସୀୟ କ୍ରୀଡ଼ାରେ ପଦାର୍ପଣ କରିଥିବା ଏହି ଭାରତୀୟ ଯୋଡ଼ି ଚୀନ୍‌ର ୱେନ୍‌ ଜାଇଦିଂ ଓ ଲିଉ ତିଆନ୍‌ଙ୍କ ପଛରେ ରହି ଦେଶ ପାଇଁ ଚଳିତ ଆଇଚି-ନାଗୋୟା ସଂସ୍କରଣରେ ପ୍ରଥମ ସେଲିଂ ପଦକ କରାୟତ୍ତ କରିଛନ୍ତି। ‌

୧୬ ପଏଣ୍ଟ୍‌ ସହ ସ୍ବର୍ଣ୍ଣ

ଏହି ଇଭେଣ୍ଟ୍‌ର ଶେଷ ତଥା ନବମ ରେସ୍‌ରେ ପ୍ରିନ୍ସ ଓ ମନୁ ୨୩ ନେଟ୍‌ ପଏଣ୍ଟ୍‌ ସହ ହଂକଂ ଆଗରେ ରହି ଏହି ପଦକ ନିଶ୍ଚିତ କରିଥିଲେ। ଚୀନ୍‌ ‌ଯୋଡ଼ି ୧୬ ପଏଣ୍ଟ୍‌ ସହ ସ୍ବର୍ଣ୍ଣ ଜିତିଥିଲେ। କେରଳର ପ୍ରିନ୍ସ ଓ ମନୁ ଭାରତୀୟ ସେନାରେ ଯୋଗଦେବା ପୂର୍ବରୁ ପିଲାବେଳୁ ଭୋପାଳସ୍ଥିତି ଜାତୀୟ ସେଲିଂ ବିଦ୍ୟାଳୟରେ ତାଲିମ ନେଉଥିଲେ। ଏହି ଯୋଡ଼ି ଆବୁଧାବିରେ ଆୟୋଜିତ ଏସୀୟ ସେଲିଂ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଥିଲେ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button