ଦେଶ ବିଦେଶ

Flydubai Incident: ଓମାନରେ ଥିଲା ବ୍ୟାନ୍‌, ତଥାପି ଉଡ଼ାଉଥିଲା ବିମାନ! କ୍ୟାପଟେନ୍ ସ୍ମିତଙ୍କୁ ଛୁରାମାଡ଼ କରିଥିବା କୋ-ପାଇଲଟ୍‌ର ଖୋଲିଲା କଳା ଚିଠା

ଫ୍ଲାଇଦୁବାଇ ବିମାନରେ କ୍ୟାପଟେନ୍ ସ୍ମିତ ମଚ୍ଛାରଙ୍କ ଉପରେ ଆକ୍ରମଣ ଘଟଣାରେ ଏବେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଦୁବାଇରୁ ତେଲ ଆଭିଭ୍‌ ଅଭିମୁଖେ ଯାଉଥିବା ଫ୍ଲାଇଟ୍‌ FZ1073ରେ କକପିଟ୍‌ ଭିତରେ ଛୁରାମାଡ଼ କରି ବିମାନକୁ ଖସାଇବାକୁ ଉଦ୍ୟମ କରିଥିବା କୋ-ପାଇଲଟ୍‌ଙ୍କ ପରିଚୟ ସାମ୍ନାକୁ ଆସିଛି।

ନୂଆଦିଲ୍ଲୀ: ଫ୍ଲାଇଦୁବାଇ ବିମାନରେ କ୍ୟାପଟେନ୍ ସ୍ମିତ ମଚ୍ଛାରଙ୍କ ଉପରେ ଆକ୍ରମଣ ଘଟଣାରେ ଏବେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଦୁବାଇରୁ ତେଲ ଆଭିଭ୍‌ ଅଭିମୁଖେ ଯାଉଥିବା ଫ୍ଲାଇଟ୍‌ FZ1073ରେ କକପିଟ୍‌ ଭିତରେ ଛୁରାମାଡ଼ କରି ବିମାନକୁ ଖସାଇବାକୁ ଉଦ୍ୟମ କରିଥିବା କୋ-ପାଇଲଟ୍‌ଙ୍କ ପରିଚୟ ସାମ୍ନାକୁ ଆସିଛି। ତାଙ୍କ ନାମ ହମାମ ଅଲ୍-ହମ୍ମାମି ବୋଲି ଜଣାପଡ଼ିଛି । ସୂତ୍ର ଅନୁସାରେ, ହମାମଙ୍କ ଉପରେ ପୂର୍ବରୁ କଟ୍ଟରପନ୍ଥୀ ଚିନ୍ତାଧାରା ସହ ଜଡିତ ଥିବା ସନ୍ଦେହ ରହିଥିଲା। ଏହି କାରଣରୁ ଓମାନ ସରକାର ତାଙ୍କ ବିମାନ ଚଳାଇବା ଉପରେ ପ୍ରତିବନ୍ଧକ ଲଗାଇଥିଲେ। ତେବେ ସେହି ପ୍ରତିବନ୍ଧ ସତ୍ତ୍ୱେ ଫ୍ଲାଇଦୁବାଇ ତାଙ୍କୁ ନିଯୁକ୍ତି ଦେଇଥିଲା ଏବଂ ସେ ୟୁଏଇ-ଇସ୍ରାଏଲ ଭଳି ସମ୍ବେଦନଶୀଳ ରୁଟ୍‌ରେ ବିମାନ ଉଡ଼ାଉଥିଲେ।

ଗତ ବୁଧବାର ବିମାନଟି ୩୩ ହଜାର ଫୁଟ୍‌ ଉଚ୍ଚତାରେ ଉଡ଼ୁଥିବା ବେଳେ କୋ-ପାଇଲଟ୍‌ ହଠାତ୍ କ୍ୟାପଟେନ୍ ସ୍ମିତଙ୍କ ଉପରେ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି। ଏହାପରେ ସେ ବିମାନର ନିୟନ୍ତ୍ରଣ ନେଇ ବିମାନକୁ ତଳକୁ ନେବାକୁ ଚେଷ୍ଟା କରିଥିଲେ। କିନ୍ତୁ ଯାତ୍ରୀ ଓ କ୍ରୁ ସଦସ୍ୟମାନଙ୍କ ତତ୍ପରତା ଯୋଗୁଁ ତାଙ୍କୁ କାବୁ କରାଯାଇଥିଲା। ବିମାନରେ ଥିବା ରିଜର୍ଭ ପାଇଲଟ୍‌ଙ୍କ ସହଯୋଗରେ ଆହତ କ୍ୟାପଟେନ୍ ସ୍ମିତ ଓ କ୍ରୁ ସଦସ୍ୟମାନେ ବିମାନକୁ ସୁରକ୍ଷିତ ଭାବେ ସାଉଦି ଆରବର ତାବୁକ ବିମାନବନ୍ଦରରେ ଅବତରଣ କରିଥିଲେ। ଏଥିରେ ୧୭୦ରୁ ଅଧିକ ଯାତ୍ରୀଙ୍କ ଜୀବନ ରକ୍ଷା ପାଇଥିଲା। ଘଟଣା ପରେ ଅଭିଯୁକ୍ତ କୋ-ପାଇଲଟ୍‌କୁ ଗିରଫ କରାଯାଇ ୟୁଏଇକୁ ପଠାଯାଇଛି। ଏବେ ଇସ୍ରାଏଲ ଓ ୟୁଏଇର ତଦନ୍ତକାରୀ ଅଧିକାରୀମାନେ ମିଳିତ ଭାବେ ତାଙ୍କୁ ପଚରାଉଚରା କରିବେ। ତାଙ୍କ ଉଦ୍ଦେଶ୍ୟ କଣ ଥିଲା ଏବଂ ଘଟଣା ପଛରେ କୌଣସି ଆତଙ୍କବାଦୀ ଲିଙ୍କ ରହିଛି କି ନାହିଁ, ତାହାର ତଦନ୍ତ ଚାଲିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button