ଦେଶ ବିଦେଶ

Nobel Prize: ହେନେରି କାଗାନ୍, କେନସୋ ସୋଆଇଙ୍କୁ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର

ରୟାଲ୍ ସ୍ୱିଡିସ୍ ଏକାଡେମୀ ଅଫ୍ ସାଇନ୍ସେସ୍ ପକ୍ଷରୁ ହେନରି ବି. କାଗାନ୍ ଏବଂ କେନସୋ ସୋଆଇଙ୍କୁ ରସାୟନ ବିଜ୍ଞାନରେ ୨୦୨୬ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ଷ୍ଟକହୋମରେ ହେନରି କାଗାନ୍ ଏବଂ କେନସୋ ସୋଆଇଙ୍କୁ ଅସମମିତ ଜୈବ ସଂଶ୍ଳେଷଣରେ ଅଣ-ରୈଖିକ...

ଷ୍ଟକହୋମ୍: ରୟାଲ୍ ସ୍ୱିଡିସ୍ ଏକାଡେମୀ ଅଫ୍ ସାଇନ୍ସେସ୍ ପକ୍ଷରୁ ହେନରି ବି. କାଗାନ୍ ଏବଂ କେନସୋ ସୋଆଇଙ୍କୁ ରସାୟନ ବିଜ୍ଞାନରେ ୨୦୨୬ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ଷ୍ଟକହୋମରେ ହେନରି କାଗାନ୍ ଏବଂ କେନସୋ ସୋଆଇଙ୍କୁ ଅସମମିତ ଜୈବ ସଂଶ୍ଳେଷଣରେ ଅଣ-ରୈଖିକ ପ୍ରଭାବ ଏବଂ ସ୍ୱୟଂ-ଉତ୍ପେରଣର ଆବିଷ୍କାର ପାଇଁ ରସାୟନ ବିଜ୍ଞାନରେ ନୋବେଲ୍ ପୁରସ୍କାର ପ୍ରଦାନ ମିଳିଛି। କାଗାନ ଫ୍ରାନ୍ସର ଓରସେସ୍ଥିତ ପ୍ୟାରିସ-ସୁଡ ବିଶ୍ୱବିଦ୍ୟାଳୟ ସହିତ ଜଡିତ ଥିବାବେଳେ ୯୫ ବର୍ଷୀୟ ସୋଆଇ ଜାପାନର ଟୋକିଓ ବିଜ୍ଞାନ ବିଶ୍ୱବିଦ୍ୟାଳୟ ସହିତ ଜଡିତ ଅଛନ୍ତି।

ଯେତେବେଳେ କୌଣସି ରାସାୟନିକ ପ୍ରତିକ୍ରିୟାରେ ଉତ୍ପନ୍ନ ହେଉଥିବା ପଦାର୍ଥ ନିଜେ ସେହି ପ୍ରତିକ୍ରିୟା ପାଇଁ ଉତ୍ପେରକ ବା କାଟାଲିଷ୍ଟ ଭାବରେ କାମ କରେ, ସେହି ପ୍ରକ୍ରିୟାକୁ ସ୍ୱୟଂଉତ୍ପେରଣ କୁହାଯାଇଥାଏ। ସରଳ ଶବ୍ଦରେ ସାଧାରଣତଃ ଏକ ପ୍ରତିକ୍ରିୟାକୁ ଦ୍ରୁତ କରିବା ପାଇଁ ବାହାରୁ ଏକ କାଟାଲିଷ୍ଟ ବା ଉତ୍ପେରକ ମିଶାଇବାକୁ ପଡ଼ିଥାଏ। କିନ୍ତୁ ସ୍ୱୟଂଉତ୍ପେରଣ କ୍ଷେତ୍ରରେ ବାହାରୁ କୌଣସି ପଦାର୍ଥର ଆବଶ୍ୟକତା ପଡ଼େ ନାହିଁ। ପ୍ରତିକ୍ରିୟା ଆରମ୍ଭ ହେବା ପରେ ଯେଉଁ ନୂଆ ପଦାର୍ଥ ସୃଷ୍ଟି ହୁଏ ତାହା ନିଜେ ହିଁ ସେହି ପ୍ରତିକ୍ରିୟାର ଗତିକୁ ବଢ଼ାଇ ଦେଇଥାଏ।

ରସାୟନବିଦ୍‌ଙ୍କ ପାଇଁ ସହାୟକ

ରାସାୟନିକ ପ୍ରତିକ୍ରିୟାଗୁଡ଼ିକୁ ପରିଚାଳନା କରିବାର ଏକ ନୂତନ ଉପାୟ ଆବିଷ୍କାର କରି, କାଗାନଙ୍କ ଗବେଷଣା ପୂର୍ବ ଅନୁମାନ ଅପେକ୍ଷା ଅଧିକ ମିରର ଇମେଜ ସୃଷ୍ଟି କରିବାରେ ସହାୟକ ହୋଇଥିଲା। ହେନରି କାଗାନଙ୍କ ଏହି ଆବିଷ୍କାର ଔଷଧ, ସ୍ୱାଦ, ସୁଗନ୍ଧ ଏବଂ ନୂତନ ସାମଗ୍ରୀ ନିର୍ମାଣ ପାଇଁ ପ୍ରତିକ୍ରିୟା ବିକଶିତ କରୁଥିବା ରସାୟନବିଦମାନଙ୍କ ପାଇଁ ସହାୟକ ହେବ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button