ଦେଶ ବିଦେଶ

Youth Assaulted: ଦିଲ୍ଲୀରେ ମୋଦୀ ସମର୍ଥକ କାଶ୍ମୀରୀ ମୁସଲମାନ ଯୁବକଙ୍କୁ ମାଡ଼

ମୁଖ୍ୟ ନିର୍ବାଚନ କମିସନର୍‌ ଜ୍ଞାନେଶ କୁମାରଙ୍କ ବିରୋଧରେ କଂଗ୍ରେସ ଓ ବିରୋଧୀ ଦଳଗୁଡ଼ିକର ବିକ୍ଷୋଭ ମଧ୍ୟରେ ଦିଲ୍ଲୀରେ ଜଣେ କଶ୍ମୀରୀ ମୁସଲମାନ ଯୁବକଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ନିଜକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମର୍ଥକ ବୋଲି କହୁଥିବା ଶ୍ରୀନଗରର...

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର୍‌ ଜ୍ଞାନେଶ କୁମାରଙ୍କ ବିରୋଧରେ କଂଗ୍ରେସ ଓ ବିରୋଧୀ ଦଳଗୁଡ଼ିକର ବିକ୍ଷୋଭ ମଧ୍ୟରେ ଦିଲ୍ଲୀରେ ଜଣେ କଶ୍ମୀରୀ ମୁସଲମାନ ଯୁବକଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ନିଜକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମର୍ଥକ ବୋଲି କହୁଥିବା ଶ୍ରୀନଗରର ଫହିମ୍‌ ନାଜିର ଏହି ଅଭିଯୋଗ ଆଣିଛନ୍ତି। ଗୁରୁବାର କନଟ୍‌ ପ୍ଲେସ୍‌ ଅଞ୍ଚଳରେ ଘଟଣାଟି ଘଟିଥିବା ସେ କହିଛନ୍ତି।

ଅଭିଯୋଗକୁ ଖଣ୍ଡନ କରିଛନ୍ତି ଫହିମ୍‌

ଫହିମ୍‌ଙ୍କ କହିବା ଅନୁଯାୟୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ବିରୋଧୀ ଦଳର ସାଂସଦମାନଙ୍କ ପାଇଁ ଯେଉଁ ରେସ୍ତୋରାଁରେ ମଧ୍ୟାହ୍ନଭୋଜନର ବ୍ୟବସ୍ଥା କରିଥିଲେ, ସେଠାକୁ ସେ ଯାଇଥିଲେ। ସେଠାରେ ଫହିମ୍‌ ‘ମୋଦୀ ଜିନ୍ଦାବଦ’ ଧ୍ବନି ଦେବା ସହ ଇଭିଏମ୍‌ ସମ୍ପର୍କରେ ନିଜ ମତ ରଖିବା ପରେ କିଛି କଂଗ୍ରେସ କର୍ମୀ ତାଙ୍କୁ ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି। ଘଟଣା ପରେ ଗଣମାଧ୍ୟମକୁ ନିଜ କଥା କହୁଥିବା ସମୟରେ ମଧ୍ୟ କିଛି ଲୋକ ତାଙ୍କୁ ସେଠାରୁ ଘଉଡ଼ାଇବାକୁ ଉଦ୍ୟମ କରିଥିବା ଫହିମ୍‌ କହିଛନ୍ତି। ତେବେ କଂଗ୍ରେସ କର୍ମୀମାନେ ଅଭିଯୋଗ କରିଛନ୍ତି ଯେ ଫହିମ୍‌ ରାହୁଲ ଗାନ୍ଧୀଙ୍କୁ ଗାଳି ଦେଇଥିଲେ। ଏହି ଅଭିଯୋଗକୁ ଫହିମ୍‌ ଖଣ୍ଡନ କରିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button