Protest: ସିଇସି ବିରୋଧୀ ଆନ୍ଦୋଳନ ସମୟରେ ତେଜସ୍ବୀ ଅଟକ
ବିହାର ରାଜଧାନୀ ପାଟନାରେ ଆଜି ହାଇ ଭୋଲ୍ଟେଜ୍ ରାଜନୈତିକ ଡ୍ରାମା ଦେଖିବାକୁ ମିଳିଛି। ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କ ତୁରନ୍ତ ଇସ୍ତଫା ଦାବି କରି ଆଜି ଇଣ୍ଡି ମେଣ୍ଟ ପକ୍ଷରୁ ପାଟନାରେ ଆନ୍ଦୋଳନ ଯାତ୍ରା କରାଯାଇ ଥିବାବେଳେ...

ପାଟନା: ବିହାର ରାଜଧାନୀ ପାଟନାରେ ଆଜି ହାଇ ଭୋଲ୍ଟେଜ୍ ରାଜନୈତିକ ଡ୍ରାମା ଦେଖିବାକୁ ମିଳିଛି। ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କ ତୁରନ୍ତ ଇସ୍ତଫା ଦାବି କରି ଆଜି ଇଣ୍ଡି ମେଣ୍ଟ ପକ୍ଷରୁ ପାଟନାରେ ଆନ୍ଦୋଳନ ଯାତ୍ରା କରାଯାଇ ଥିବାବେଳେ ଆର୍ଜେଡି ନେତା ତେଜସ୍ବୀ ଯାଦବ ଏଥିରେ ଯୋଗ ଦେଇଥିଲେ।
ଆନ୍ଦୋଳନ ସମୟରେ ତେଜସ୍ବୀ ଅଭିଯୋଗ କରିଛନ୍ତି ଯେ, ଆମ ବିଧାୟକମାନଙ୍କୁ ପୁଲିସ ଅଟକାଇଛି। ସେମାନଙ୍କୁ ଆଗକୁ ଯିବାକୁ ଦେଇନାହିଁ। ପ୍ରଧାନମନ୍ତ୍ରୀ ମୋଦୀ, ସିଇସି ଜ୍ଞାନେଶ କୁମାର ଏବଂ ଗୃହ ମନ୍ତ୍ରୀ ଅମିତ ଶାହ ଭୋଟ୍ ଚୋରି କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ତେଜସ୍ବୀ କହିଛନ୍ତି, ଆମେ ଆଜି ରାଜଭବନ ଅଭିମୁଖେ ଏକ ଯାତ୍ରା ପରିଚାଳନା କରିଛୁ। ଆମ ଗଣତନ୍ତ୍ରକୁ ଧ୍ବଂସ କରିବାକୁ ଷଡ଼୍ଯନ୍ତ୍ର କରିଥିବା ଲୋକଙ୍କ ପାଇଁ ଆମେ ଦଣ୍ଡ ଦାବି କରିଛୁ।
ଉଲ୍ଲେଖଯୋଗ୍ୟ ତେଜସ୍ବୀ ଯାଦବ, ଭିଆଇପି ମୁଖ୍ୟ ମୁକେଶ ସାହନୀ ଏବଂ ଆର୍ଜେଡି ସାଂସଦ ମିସା ଭାରତୀଙ୍କ ନେତୃତ୍ବରେ ଏହି ଆନ୍ଦୋଳନ ଯାତ୍ରା ପରିଚାଳନା କରାଯାଇଥିଲା। ବିହାର ବିଧାନସଭା ବାହାରୁ ଏହି ଆନ୍ଦୋଳନ ଯାତ୍ରା ଆରମ୍ଭ ହୋଇଥିଲା ଯାହା ମୁଖ୍ୟ ନିର୍ବାଚନ ଅଫିସର୍ଙ୍କ ଅଫିସ୍ ନିକଟରେ ଅବସ୍ଥିତ। ବିରୋଧୀଙ୍କ ଆନ୍ଦୋଳନ ପାଇଁ ରାଜ୍ୟ ପ୍ରଶାସନ ପକ୍ଷରୁ ବହୁସ୍ତରୀୟ ବ୍ୟାରିକେଡ୍ ଏବଂ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।
ସୌଜନ୍ୟ ସମ୍ବାଦ




