ଦେଶ ବିଦେଶ

Trump Administration: ଟିସିଏସ, ଇନଫୋସିସ ସହ ୮ ପ୍ରମୁଖ ଆଇଟି କମ୍ପାନିର ଗ୍ରୀନ୍ କାର୍ଡ ପ୍ରକ୍ରିୟା ଉପରେ ଟ୍ରମ୍ପ ପ୍ରଶାସନର କଟକଣା

ଗୁରୁବାର ଭାରତର ଟାଟା କନସଲଟେନ୍ସି ସର୍ଭିସେସ (ଟିସିଏସ) ଓ ଇନଫୋସିସ ସମେତ ୮ଟି ପ୍ରମୁଖ ବୈଷୟିକ କମ୍ପାନୀର ଗ୍ରୀନ୍ କାର୍ଡ ଆବେଦନ ପ୍ରକ୍ରିୟାକୁ ଆମେରିକାର ଟ୍ରମ୍ପ ପ୍ରଶାସନ ଅଚଳ କରିଦେବା ସହ ପ୍ରସିଦ୍ଧ ୯ଟି ବିଶ୍ୱବିଦ୍ୟାଳୟ ବିରୋଧରେ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି।

ୱାସିଂଟନ:  ଗୁରୁବାର ଭାରତର ଟାଟା କନସଲଟେନ୍ସି ସର୍ଭିସେସ (ଟିସିଏସ) ଓ ଇନଫୋସିସ ସମେତ ୮ଟି ପ୍ରମୁଖ ବୈଷୟିକ କମ୍ପାନିର ଗ୍ରୀନ୍ କାର୍ଡ ଆବେଦନ ପ୍ରକ୍ରିୟାକୁ ଆମେରିକାର ଟ୍ରମ୍ପ ପ୍ରଶାସନ ଅଚଳ କରିଦେବା ସହ ପ୍ରସିଦ୍ଧ ୯ଟି ବିଶ୍ୱବିଦ୍ୟାଳୟ ବିରୋଧରେ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି। ବିଦେଶୀ କୁଶଳୀ ଶ୍ରମିକ ନିଯୁକ୍ତି କାର୍ଯ୍ୟକ୍ରମରେ ହେଉଥିବା ଠକେଇ ଓ ଆମେରିକୀୟଙ୍କ ଚାକିରି ହରାଇବାକୁ ରୋକିବା ପାଇଁ ଏହି କଠୋର ପଦକ୍ଷେପ ଗ୍ରହଣ କରାଯାଇଛି।

ଆମେରିକା ଶ୍ରମ ସଚିବ କିଥ୍ ସୋଣ୍ଡରଲିଙ୍ଗ ପ୍ରକାଶ କରିଛନ୍ତି ଯେ କୋଗନିଜାଣ୍ଟ, ଇନଫୋସିସ, ଟିସିଏସ, ୱିପ୍ରୋ, ଏଚସିଏଲ ଟେକ୍ନୋଲୋଜିସ, ମାଇକ୍ରୋସଫ୍ଟ, ଅଡୋବ୍ ଏବଂ କ୍ୟାପଜେମିନି ପରି କମ୍ପାନିଗୁଡ଼ିକର କୌଣସି ନୂଆ କିମ୍ବା ବିଚାରାଧୀନ ଥିବା ସ୍ଥାୟୀ ଶ୍ରମ ପ୍ରମାଣପତ୍ର ଆବେଦନ (ପରମ୍) ଗ୍ରହଣ କରାଯିବ ନାହିଁ। ଆମେରିକୀୟ ଶ୍ରମିକଙ୍କ ବେତନ କମାଇ ବିଦେଶୀ ଚାକିରିଆଙ୍କୁ ଶସ୍ତାରେ ନିଯୁକ୍ତି ଦେଇ କମ୍ପାନୀଗୁଡ଼ିକ ମାଲାମାଲ ହେଉଛନ୍ତି ବୋଲି ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ କହିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button