ଖେଳ
Rugby Series 2026: ୧୦୦ ବର୍ଷର କ୍ରୀଡ଼ା ସମ୍ପର୍କ; ପ୍ରଥମଥର ଭାରତ ଆସିବ ନ୍ୟୁଜିଲାଣ୍ଡର ପୁରୁଷ ଓ ମହିଳା ଦଳ
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୧୦୦ ବର୍ଷର କ୍ରୀଡ଼ା ସମ୍ପର୍କକୁ ସ୍ମରଣୀୟ କରିବା ଲାଗି ପ୍ରଥମଥର ନ୍ୟୁଜିଲାଣ୍ଡର ୨୦ ବର୍ଷରୁ କମ୍ ପୁରୁଷ ଓ ମହିଳା ରଗ୍ବି ଦଳ ଭାରତ ଗସ୍ତରେ ଆସିବେ। ଅକ୍ଟୋବର ୨୨ରୁ ୨୮ ପର୍ଯ୍ୟନ୍ତ ବିହାରର ରାଜଗିରଠାରେ ଉଭୟ ଦେଶର ଯୁବ ଦଳ ମଧ୍ୟରେ ରଗ୍ବି ଶୃଙ୍ଖଳା ଖେଳାଯିବ।

ମୁମ୍ବାଇ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୧୦୦ ବର୍ଷର କ୍ରୀଡ଼ା ସମ୍ପର୍କକୁ ସ୍ମରଣୀୟ କରିବା ଲାଗି ପ୍ରଥମଥର ନ୍ୟୁଜିଲାଣ୍ଡର ୨୦ ବର୍ଷରୁ କମ୍ ପୁରୁଷ ଓ ମହିଳା ରଗ୍ବି ଦଳ ଭାରତ ଗସ୍ତରେ ଆସିବେ। ଅକ୍ଟୋବର ୨୨ରୁ ୨୮ ପର୍ଯ୍ୟନ୍ତ ବିହାରର ରାଜଗିରଠାରେ ଉଭୟ ଦେଶର ଯୁବ ଦଳ ମଧ୍ୟରେ ରଗ୍ବି ଶୃଙ୍ଖଳା ଖେଳାଯିବ। ନ୍ୟୁଜିଲାଣ୍ଡର ପୁରୁଷ ଦଳ ‘ତାମା ତୋଆ’ (ବାଳକ ଯୋଦ୍ଧା) ଓ ମହିଳା ଦଳ ‘ହିନେ ତୋଆ’ (ବାଳିକା ଯୋଦ୍ଧା)ରେ ଦେଶର ବିଭିନ୍ନ ଅଞ୍ଚଳରୁ ମନୋନୀତ ୨୪ ଜଣ ଯୁବ ମାଓରୀ (ନ୍ୟୁଜିଲାଣ୍ଡର ମୂଳ ଅଧିବାସୀ) ଖେଳାଳି ରହିଛନ୍ତି।
ସୌଜନ୍ୟ ସମ୍ବାଦ




