ଦେଶ ବିଦେଶ

Earthquake: ପାନାମାରେ ୭.୭ ତୀବ୍ରତାର ଭୂମିକମ୍ପ; ଭୁଶୁଡ଼ିଲା ଘର

ମଧ୍ୟ ଆମେରିକୀୟ ଦେଶ ‘ପାନାମା’ରେ ଶୁକ୍ରବାର ଦିନ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ପ୍ରଥମେ ୭.୭ ତୀବ୍ରତାର ଭୂମିକମ୍ପ ଆସିଥିଲା, ଯାହା ଦ୍ବାରା ଅନେକ ଘର ଭୁଶୁଡ଼ି ଯାଇଥିଲା। ଏହି ଘଟଣାର ଅଳ୍ପ ସମୟ ପରେ ପୁଣି ଥରେ ରିକ୍ଟର ସ୍କେଲରେ ୬.୬ ତୀବ୍ରତାର ଭୂମିକମ୍ପ...

ପାନାମା ସିଟି: ମଧ୍ୟ ଆମେରିକୀୟ ଦେଶ ‘ପାନାମା’ରେ ଶୁକ୍ରବାର ଦିନ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ପ୍ରଥମେ ୭.୭ ତୀବ୍ରତାର ଭୂମିକମ୍ପ ଆସିଥିଲା, ଯାହା ଦ୍ବାରା ଅନେକ ଘର ଭୁଶୁଡ଼ି ଯାଇଥିଲା। ଏହି ଘଟଣାର ଅଳ୍ପ ସମୟ ପରେ ପୁଣି ଥରେ ରିକ୍ଟର ସ୍କେଲରେ ୬.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଲଗାତାର ୨ଥର ଭୂମିକମ୍ପ ହେବା ଦ୍ବାରା ଲୋକେ ଭୟଭୀତ ହୋଇଯାଇଥିଲେ। ଲୋକେ ଘର ବାହାରକୁ ଚାଲି ଯାଇଥିଲେ। ସୁରକ୍ଷିତ ଆଶ୍ରୟ ଖୋଜିଥିଲେ।

ଆମେରିକୀୟ ଭୂବୈଜ୍ଞାନିକ ସର୍ଭେକ୍ଷଣ ଅନୁସାରେ ଭୂମିକମ୍ପ ପ୍ରଥମେ ଶୁକ୍ରବାର ଆସିଥିଲା। ଏହାର କେନ୍ଦ୍ରସ୍ଥଳ ପାନାମାର ହେରେରା ରାଜ୍ୟରେ ପିତାଲୋସା ଅରିବା ଠାରୁ ପାଖାପାଖି ୧୦କିଲୋମିଟର ଦକ୍ଷିଣ-ପଶ୍ଚିମରେ ଥିଲା। ଭୂମିକମ୍ପ ଭୂପୃଷ୍ଠ ଠାରୁ ପାଖାପାଖି ୧୦କିଲୋମିଟର ଗଭୀରରେ ହୋଇଥିଲା। ଏହି କାରଣରୁ ଲୋକେ ତୀବ୍ର ଝଟକା ଅନୁଭବ କରିଥିଲେ।

ଭୂମିକମ୍ପର ଅନୁଭବ ପାନାମାର ରାଜଧାନୀ ପାନାମା ସିଟ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ଲୋକେ ଭୟଭୀତ ହୋଇଥିଲେ। କାରଣ ଘର ଏବଂ କୋଠାରୁ ସେମାନେ ବାହାରି ଯାଇଥିଲେ। ସୁରକ୍ଷିତ ଆଶ୍ରୟସ୍ଥଳ ଖୋଜିଥିଲେ। ହେରେରା ରାଜ୍ୟର ଜଣେ ନିବାସୀ ରୋସେନ୍ଦୋ ଡୋମିଗେଞ୍ଜ ଗଣମାଧ୍ୟମକୁ କହିଛନ୍ତି, ଝଟକା ତୀବ୍ର ଥିଲା। ରୋଷେଇ ଘରେ ଉପରେ ଥିବା ସାମଗ୍ରୀ ତଳେ ପଡ଼ି ଯାଇଥିଲା। ପରିବାର ଲୋକେ ସୁରକ୍ଷିତ ଅଛନ୍ତି। କିନ୍ତୁ ଭାରି ଭୟ ଲାଗୁଛି। ଆଖପାଖର ଲୋକେ ମଧ୍ୟ ଘର ଛାଡ଼ି ବାହାରକୁ ପଳାୟନ କରିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button