ଦେଶ ବିଦେଶ

Gold Seized: ଲକ୍ଷ୍ନୌ ଷ୍ଟେସନରୁ ୧.୭୨ କୋଟିର ସୁନା ଜବତ, ଜଣେ ଗିରଫ

ଚୋରା ସୁନା ଚାଲାଣ ବିରୋଧରେ ବଡ଼ ସଫଳତା ପାଇଛି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (DRI)। ରେଳ ସୁରକ୍ଷା ବଳ (RPF) ସହ ମିଳିତ ଚଢ଼ାଉ କରି ଚାରବାଗ ରେଳ ଷ୍ଟେସନରୁ ଜଣେ ଯାତ୍ରୀଙ୍କ ନିକଟରୁ ୧.୨୦୨ କିଲୋଗ୍ରାମ ସୁନା ଜବତ କରିଛି।

ଲକ୍ଷ୍ନୌ:ସୁନା ଚାଲାଣ ବିରୋଧରେ ବଡ଼ ସଫଳତା ପାଇଛି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (DRI)। ରେଳ ସୁରକ୍ଷା ବଳ (RPF) ସହ ମିଳିତ ଚଢ଼ାଉ କରି ଚାରବାଗ ରେଳ ଷ୍ଟେସନରୁ ଜଣେ ଯାତ୍ରୀଙ୍କ ନିକଟରୁ ୧.୨୦୨ କିଲୋଗ୍ରାମ ସୁନା ଜବତ କରିଛି। ଜବତ ସୁନାର ଆନୁମାନିକ ବଜାର ମୂଲ୍ୟ ୧.୭୨ କୋଟି ଟଙ୍କାରୁ ଅଧିକ। ଅକ୍ଟୋବର ୮ ତାରିଖରେ ଚାରବାଗ ଷ୍ଟେସନର ପ୍ଲାଟଫର୍ମ ନମ୍ବର୫(ରେଳ ସଂଖ୍ୟା-୨୨୪୮୯)ରେ ଏହି ଚଢ଼ାଉ କରାଯାଇଥିଲା। ବନ୍ଦେ ଭାରତ ଏକ୍ସପ୍ରେସରୁ ଓହ୍ଲାଉଥିବା ଜଣେ ଯାତ୍ରୀଙ୍କୁ ଯାଞ୍ଚ କରିବା ସମୟରେ ତାଙ୍କ ନିକଟରୁ ସୁନା ମିଳିଥିଲା। ଗୁପ୍ତ ସୂଚନା ଆଧାରରେ ଡିଆରଆଇ ଏହି ଅଭିଯାନ ଆରମ୍ଭ କରିଥିଲା।

ହାଓଡ଼ାରୁ ବାରାଣସୀ ଦେଇ ଚାଲାଣ

ସୂଚନା ଅନୁଯାୟୀ, ବିଦେଶରୁ ଚୋରାରେ ଅଣାଯାଇଥିବା ସୁନା ହାଓଡ଼ାରୁ ବାରାଣସୀ ଦେଇ ଲକ୍ଷ୍ନୌକୁ ଚାଲାଣ କରାଯାଉଥିଲା। ଏହି ଚାଲାଣକୁ ରୋକିବା ପାଇଁ ଡିଆରଆଇ ଏବଂ ଆରପିଏଫ୍ ମିଳିତ ଭାବେ ନଜର ରଖିଥିଲେ। ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ପଥ ସହ ସିସିଟିଭି କ୍ୟାମେରା ଉପରେ ମଧ୍ୟ କଡ଼ା ନଜର ରଖାଯାଇଥିଲା।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button