ଦେଶ ବିଦେଶ

Volodymyr Zelensky: ରୁଷରୁ ଡିଜେଲ କିଣିବ ଆମେରିକା: ଶକ୍ତିଶାଳୀ ସହଯୋଗୀଙ୍କ ଦୁର୍ବଳ ନିଷ୍ପତ୍ତି ବୋଲି କ୍ରୋଧରେ କହିଲେ ଜେଲେନସ୍କି

ରୁଷ ସହ କାରବାର କରୁଥିବା ଦେଶଙ୍କ ଉପରେ ଶୁଳ୍କ ଲାଗୁ କରୁଥିବା ଆମେରିକା ଏବେ ୟୁଟର୍ଣ୍ଣ ନେଇଛି। ଆମେରିକା ଅନ୍ୟକୁ ନାଲି ଆଖି ଦେଖାଇ ଏବେ ନିଜେ ବାରଣ କରିଥିବା କାମ କରୁଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆମେରିକା...

ୱାସିଂଟନ: ରୁଷ ସହ କାରବାର କରୁଥିବା ଦେଶଙ୍କ ଉପରେ ଶୁଳ୍କ ଲାଗୁ କରୁଥିବା ଆମେରିକା ଏବେ ୟୁଟର୍ଣ୍ଣ ନେଇଛି। ଆମେରିକା ଅନ୍ୟକୁ ନାଲି ଆଖି ଦେଖାଇ ଏବେ ନିଜେ ବାରଣ କରିଥିବା କାମ କରୁଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆମେରିକା ଏବଂ ବିଶ୍ୱ ବଜାରକୁ ୩ ଲକ୍ଷ ମେଟ୍ରିକ୍ ଟନ୍ ଇନ୍ଧନ ଯୋଗାଣ କରିବାକୁ ରାଜି ହୋଇଛନ୍ତି। ପୁଟିନଙ୍କ ସହ ସଫଳ ଆଲୋଚନା ପରେ ଟ୍ରମ୍ପ ସୋସିଆଲ ମିଡିଆରେ ଏହା ଘୋଷଣା କରିଛନ୍ତି।

ସେ କହିଛନ୍ତି, ଏହି ନିଷ୍ପତ୍ତି ଇରାନ ସହିତ ଉତ୍ତେଜନା ମଧ୍ୟରେ ବର୍ଦ୍ଧିତ ଶକ୍ତି ମୂଲ୍ୟ ହ୍ରାସ କରିବାରେ ସାହାଯ୍ୟ କରିବ। ତେବେ ପୁଟିନଙ୍କ ସହ ଏହି ଚୁକ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ କ୍ରୋଧିତ କରିଛି। ସେ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ସମାଲୋଚନା କରି ଯୁଦ୍ଧରେ ନିବେଶ ବୋଲି କହିଛନ୍ତି। ସେ ଏହି ପଦକ୍ଷେପକୁ ଦୁର୍ବଳ ଏବଂ ଅନ୍ୟାୟ ବୋଲି କହିଛନ୍ତି। ଏହି ନିଷ୍ପତ୍ତି ୟୁକ୍ରେନ ଏବଂ ଅନ୍ୟ ସହଯୋଗୀଙ୍କ ପ୍ରତି ଏକ ବଡ଼ ଅନ୍ୟାୟ। କାରଣ ପେଟ୍ରୋଲିୟମ ଉତ୍ପାଦ ବିକ୍ରୟକୁ ଅନୁମତି ଦେବା ଦ୍ୱାରା ମସ୍କୋକୁ ୟୁକ୍ରେନ ବିରୋଧରେ ଯୁଦ୍ଧ ଜାରି ରଖିବା ପାଇଁ ଅତିରିକ୍ତ ପାଣ୍ଠି ମିଳିବ। ଜେଲେନସ୍କି ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ପୁଟିନଙ୍କୁ ଉପହାର ଦେବା ଦ୍ୱାରା ନା ଶାନ୍ତି ଆସିବ ନା ସଭ୍ୟ ବିଶ୍ୱର ଲାଭ ହେବ। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ସେ କହିଛନ୍ତି, ମୁଁ ଭାବୁଛି ଆମ ଦଳକୁ କେବଳ ବଳିର ଛେଳି ଭାବରେ ବ୍ୟବହାର କରାଯାଉଛି। ଏହା ଠିକ୍ ନୁହେଁ। ଅଂଶୀଦାରମାନେ ପରସ୍ପର ସହିତ ଏପରି ବ୍ୟବହାର କରିବା ଉଚିତ୍ ନୁହେଁ। ଜେଲେନସ୍କି ଏହି ଚୁକ୍ତିନାମାକୁ ଜଣେ ଶକ୍ତିଶାଳୀ ସହଯୋଗୀଙ୍କର ଏକ ଦୁର୍ବଳ ନିଷ୍ପତ୍ତି ବୋଲି କହିଛନ୍ତି।

ରୁଷ ସହିତ ଟ୍ରମ୍ପଙ୍କ ଚୁକ୍ତି

ପୁଟିନଙ୍କ ସହ ଆଲୋଚନା ପରେ, ଟ୍ରମ୍ପ ଟ୍ରୁଥ୍ ସୋସିଆଲରେ କହିଛନ୍ତି, ରୁଷ ଆମେରିକା ଏବଂ ବିଶ୍ୱ ବଜାରକୁ ତୁରନ୍ତ ଇନ୍ଧନ ଯୋଗାଇବ। ନଭେମ୍ବରରେ ହେବାକୁଥିବା ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନର ମାତ୍ର ସପ୍ତାହେ ପୂର୍ବରୁ ରୁଷ ସହିତ ଟ୍ରମ୍ପ ଏଭଳି ଚୁକ୍ତି କରିଛନ୍ତି। ଆମେରିକୀୟ ଭୋଟରମାନେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତିକୁ ନେଇ ଚିନ୍ତିତ ଥିବାରୁ ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟି ଏହି ନିର୍ବାଚନରେ ​​ପରାଜୟର ଆଶଙ୍କାର ସମ୍ମୁଖୀନ ହେଉଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button