ରାଜ୍ୟ

Durga Puja 2026: କେଦାରନାଥ ମନ୍ଦିରରେ ବିରାଜିବେ ମା’, ପଟିଆ ଗଡ଼ ମହାବୀର ଦୁର୍ଗାପୂଜା କମିଟିର ତୋରଣ

ଚନ୍ଦ୍ରଶେଖରପୁର,୧୪ \୧୦: ପଟିଆ ଗଡ଼ ମହାବୀର ଦୁର୍ଗାପୂଜା କମିଟି ଚଳିତବର୍ଷ ୨୯ ବର୍ଷରେ ପଦାର୍ପଣ କରିଛି । ଚଳିତବର୍ଷ ଏହି କମିଟି ଉତ୍ତରାଖଣ୍ଡର କେଦାରନାଥ ମନ୍ଦିର ସଦୃଶ ତୋରଣ ନିର୍ମାଣ କରୁଛି, ଯାହାର ଉଚ୍ଚତା ୮୦ ଫୁଟ ଓ ଓସାର ୯୦ ଫୁଟ ରହିଛି । ୧୫ ଫୁଟର ମା’ଙ୍କ ମୃଣ୍ମୟ ମୂର୍ତ୍ତି ସହ ୧୮ ଫୁଟର ତାରକସୀ ମେଢ କାମ ଜାରି ରହିଛି । ଏହାକୁ କଟକର ଦକ୍ଷ କାରିଗରମାନେ ନିର୍ମାଣ କରୁଛନ୍ତି । ଏଥର ବିଶେଷ ଆକର୍ଷଣ ସାଜିବ ବୃହତକାୟ ଚାନ୍ଦି ମୁକୁଟ । ଏହା ୬ କେଜି ରୁପାରେ ଅତ୍ୟନ୍ତ ସୁକ୍ଷ୍ମ କାରୁକାର୍ଯ୍ୟରେ ନିର୍ମିତ ହୋଇଛି । ଏହାକୁ ମାନସିଂପାଟଣାର କାରିଗରମାନେ ନିର୍ମାଣ କରୁଛନ୍ତି । ମା’ ମସ୍ତକରେ ଚାନ୍ଦି ମୁକୁଟ ଧାରଣ କରିବା ସହ ରୁପା ଗହଣାରେ ସୁସଜ୍ଜିତ ହେବେ । ପାର୍ଶ୍ବ ଦେବଦେବୀ ମଧ୍ୟ ଚାନ୍ଦି ମୁକୁଟ ଓ ରୁପା ଗହଣା ପରିଧାନ କରିବେ । ଚଳିତବର୍ଷ ୪୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରଖାଯାଇଛି ।

ଚଳିତବର୍ଷ ବିଶେଷ ଆକର୍ଷଣ ସାଜିବ ରାବଣ ପୋଡି । ଦୀର୍ଘ ୮ ବର୍ଷ ବ୍ୟବଧାନ ପରେ ଏବର୍ଷ ରାବଣ ପୋଡି ଉତ୍ସବ ଧୁମଧାମରେ ପାଳନ କରାଯିବ । ପୂଜାରେ ୨୫୦୦ ଭକ୍ତଙ୍କୁ ପ୍ରସାଦ ବଣ୍ଟନ ବ୍ୟବସ୍ଥା କରାଯାଇଛି । ନବମୀ ଦିନ କୁମାରୀ ପୂଜା, ଦହି ପଖାଳ ଭୋଗ, ଦଶମୀ ଦିନ ଅପରାଜିତା ପୂଜା, ହୋମ, ପୂର୍ଣ୍ଣାହୁତି, ଘଟ ବିସର୍ଜନ ହେବ । ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ସପ୍ତମୀରେ ଭଜନ ସନ୍ଧ୍ୟା, ଅଷ୍ଟମୀ, ନବମୀ ଓ ଦଶମୀରେ ମେଲୋଡି ହେବ । ପୂଜା ପଡିଆରେ ମୀନା ବଜାର, ରାମଦୋଳି ପଡିବ । ପାରମ୍ପରିକ ବାଦ୍ୟରେ ଭସାଣି ଉତ୍ସବ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button