ରାଶିଫଳ

Horoscope 2026 October 15: ଜାଣନ୍ତୁ ଆଜିର ରାଶିଫଳ…

ଓକିଲଙ୍କ ଲାଗି ଦିନଟି ଭଲ ରହିବ। ପୁରୁଣା ମକଦ୍ଦମାରେ ଜୟଲାଭ କରିବେ। ବିଶେଷ ଲୋକଙ୍କ ସହିତ ନୂଆ ଗତିବିଧିରେ ଚର୍ଚ୍ଚା କରିବେ। ବିପରୀତ ପରିସ୍ଥିତିରେ ଧୈର୍ଯ୍ୟଧରି ଶାନ୍ତିରେ କାମ କରନ୍ତୁ। ବ୍ୟବସାୟିକ କାମ ନର୍ଦ୍ଧାରିତ ସମୟରେ ପୂରା ହୋଇଯିବ।

‌ମେ‌ଷ: ଓକିଲଙ୍କ ଲାଗି ଦିନଟି ଭଲ ରହିବ। ପୁରୁଣା ମକଦ୍ଦମାରେ ଜୟଲାଭ କରିବେ। ବିଶେଷ ଲୋକଙ୍କ ସହିତ ନୂଆ ଗତିବିଧିରେ ଚର୍ଚ୍ଚା କରିବେ। ବିପରୀତ ପରିସ୍ଥିତିରେ ଧୈର୍ଯ୍ୟଧରି ଶାନ୍ତିରେ କାମ କରନ୍ତୁ।

ବୃଷ: ବ୍ୟବସାୟିକ କାମ ନର୍ଦ୍ଧାରିତ ସମୟରେ ପୂରା ହୋଇଯିବ। ଅଫିସରେ ସହକର୍ମୀଙ୍କ କାର୍ଯ୍ୟକୁଶଳତା ଯୋଗୁଁ ଆପଣଙ୍କ ଲକ୍ଷ୍ୟ ସମୟରେ ପୂରା ହୋଇଯିବ। କୌଣସି ବିବାଦ ଠାରୁ ଦୂରରେ ରହନ୍ତୁ।

ମିଥୁନ: ପ୍ରତ୍ୟେକ ଅଶାନ୍ତିର ସମାଧାନ ଆଖିପଛୁଳାକେ ବାହାରିଯିବ। ଆପଣଙ୍କ କଥା ଅନ୍ୟମାନଙ୍କ ଉପରେ ପ୍ରଭାବ ପକାଇବ। ନିତିଦିନିଆ କାମରୁ ଦୂରେଇ କିଛି ନୂଆ ଶିଖିବେ। ଧାର୍ମିକ ଗତିବିଧିରେ ରୁଚି ରହିବ।

କର୍କଟ: ବଡ଼ ନିର୍ଣ୍ଣୟ ନେବା ଲାଗି ଭଲ ଦିନଟିଏ। ଅଶାନ୍ତିର ସମାଧାନ ପାଇଁ ଚେଷ୍ଟା କରନ୍ତୁ ସଫଳ ହେବେ। ଜୀବନସାଥୀ ସହିତ ଘର କାମରେ ବ୍ୟସ୍ତ ରହିବେ। କୌଣସି ବ୍ୟବସାୟିକ ସଉଦା ପାଇଁ ସୁଯୋଗ ପାଇବେ।

ସିଂହ: ବ୍ୟବସାୟରେ ଅତିରିକ୍ତ ଆୟର ସାଧନ ସୃଷ୍ଟି ହେବ। ସରକାରୀ ଚାକିରିଆ କାର୍ଯ୍ୟଭାରରେ ସନ୍ତୁଷ୍ଟ ରହିବେ। ଭାଗୀଦାରି ବ୍ୟବସାୟର ଯୋଜନା ଲାଭପ୍ରଦ ହେବ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।

କନ୍ୟା: ଧ୍ୟାନ ରଖନ୍ତୁ ପ୍ରୟ‌ାସରତ କାର୍ଯ୍ୟରେ ଯଦିଓ ସମସ୍ୟା ଆସୁଛି ତେବେ ଆପଣଙ୍କର ଏକାଗ୍ରତାର କମି ପାଇଁ। ଲୋକ ଆପଣଙ୍କ ବ୍ୟବହାରରେ ଖୁସି ରହିବେ। ଆପଣଙ୍କୁ ଆଶାଠୁ ଅଧିକ ଧନଲାଭ ହେବ।

ତୁଳା: ଘରଲୋକଙ୍କ ସହିତ ଭଲ ସମୟ ଅତିବାହିତ କରିବେ। କୌଣସି ସମସ୍ୟାର ସମାଧାନ ପାଇଁ ଆପଣଙ୍କର ସହଯୋଗ ସକାରାତ୍ମକ ରହିବ। ଜମି ସମ୍ବନ୍ଧୀୟ କାମ ସମାଧାନ ହେବ। ବୃଥା ଭ୍ରମଣରୁ ନିବୃତ୍ତ ରହନ୍ତୁ।

ବିଛା: ଉଚିତ ନିର୍ଣ୍ଣୟ ନିଅନ୍ତୁ ସମସ୍ୟାର ସମାଧାନ ହୋଇଯିବ। ଅଫିସରେ ଆପଣଙ୍କ ପ୍ରଭୁତ୍ବ ବଜାୟ ରହିବ। ନବବିବାହିତ ଦମ୍ପତ୍ତି ତର୍କବିତର୍କ ଠାରୁ ଦୂରରେ ରହନ୍ତୁ। ପ୍ରତିଯୋଗିତା ପରୀକ୍ଷାରେ ଭଲ ପରିଣାମ ପାଇବେ।

ଧନୁ: ଅଜଣା ବ୍ୟକ୍ତିଙ୍କ ସହଯୋଗରେ ଆପଣଙ୍କ ମନ ପ୍ରସନ୍ନ ରହିବ। ତରବରିଆରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। କଳାଜଗତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ। ଦାମ୍ପତ୍ୟ ସମ୍ବନ୍ଧରେ ମିଷ୍ଟତା ବଢ଼ିବ।

ମକର: ରୋଜଗାରର ନୂଆ ଅବସର ପାଇବେ। ଅଫିସ କାମରେ ଦୂରସ୍ଥାନକୁ ଯିବେ। ଉନ୍ନତି ଆପଣଙ୍କ ପାଦସ୍ପର୍ଶ କରିବ। ନେଣଦେଣ ସ୍ଥଗିତ ରଖନ୍ତୁ ସମସ୍ୟାରୁ ରକ୍ଷା ପାଇଯିବେ। ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରନ୍ତୁ।

କୁମ୍ଭ: ପ୍ରଭାବଶାଳୀ ଓ ସମ୍ମାନିତ ବ୍ୟକ୍ତିଙ୍କ ସଂପର୍କରେ ଆସିବା ଯୋଗୁଁ କିଛି ନୂଆ ଶିଖିବେ। ଉନ୍ନତିର ନୂଆ ରାସ୍ତା ଖୋଲିବ। ଘର ଲୋକଙ୍କ ସହିତ ଧାର୍ମିକ ଆୟୋଜନ କରିବେ। କାହାରି ସହିତ କୁତର୍କ କରନ୍ତୁ ନାହିଁ।

ମୀନ: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ। ନିଜ ଲୋକଙ୍କ ଠାରୁ ଭଲ ଖବର ପାଇବେ। ଅର୍ଡର୍‌ ସପ୍ଲାଇ ଭଲ ଗ୍ରାହକ ପାଇବେ। ପାରିବାରିକ ଜୀବନରେ ସୁଖଶାନ୍ତି ବଜାୟ ରହିବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button