ରାଜ୍ୟ

Forests and hill: ବଣପାହାଡ଼ ମଧ୍ୟରେ ବିତୁଛି ଜୀବନ: ଦୃଷ୍ଟି ଆଢୁଆଳରେ ରାଜସ୍ବ ଗାଁ ତାମୁଣ୍ତି, ଭିରୁଡ଼ା

ରାଜସ୍ବ ଗାଁ ତାଲିକାରେ ରହିଛି ନାଁ। ହେଲେ ଗାଁର ବିକାଶ ପ୍ରତି କାହାର ନିଘା ନାହିଁ। ପାହାଡ଼ ତଳକୁ ଆସିଲେ ଭତ୍ତା ଓ ରାସନ ମିଳେ। ଯାତାୟାତ ପାଇଁ କୌଣସି ସୁବିଧା ନଥିବାରୁ ଅତି ଜରୁରି କାମ ନଥିଲେ ମାସରେ କେବଳ ଥରୁଟିଏ ପାହାଡ଼ରୁ ଓହ୍ଲାନ୍ତି ଗ୍ରାମବାସୀ।

ଦଶପଲ୍ଲା (ପ୍ରଫୁଲ୍ଲ ପଣ୍ଡା): ରାଜସ୍ବ ଗାଁ ତାଲିକାରେ ରହିଛି ନାଁ। ହେଲେ ଗାଁର ବିକାଶ ପ୍ରତି କାହାର ନିଘା ନାହିଁ। ପାହାଡ଼ ତଳକୁ ଆସିଲେ ଭତ୍ତା ଓ ରାସନ ମିଳେ। ଯାତାୟାତ ପାଇଁ କୌଣସି ସୁବିଧା ନଥିବାରୁ ଅତି ଜରୁରି କାମ ନଥିଲେ ମାସରେ କେବଳ ଥରୁଟିଏ ପାହାଡ଼ରୁ ଓହ୍ଲାନ୍ତି ଗ୍ରାମବାସୀ। ନିର୍ବାଚନ ଆସିଲେ ଲୋକଙ୍କ ଭଲମନ୍ଦ କଥା ମନେ ପକାନ୍ତି ନେତା। ବର୍ଷବର୍ଷ ଧରି ଏପରି ଅଭିଶପ୍ତ ଜୀବନ ବିତାଉଛନ୍ତି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଚଡ଼େୟାପଲ୍ଲୀ ପଞ୍ଚାୟତର ତାମୁଣ୍ତି ଓ ଭିରୁଡ଼ା ଗ୍ରାମବାସୀ। ଏହି ଗାଁକୁ ଯିବାକୁ ହେଲେ ପ୍ରାୟ ୬କିମି ଅଙ୍କାବଙ୍କା ରାସ୍ତାର ୩ଟି ପାହାଡ଼ ଚଢ଼ିବାକୁ ପଡ଼ିଥାଏ। ବାହ୍ୟ ଜଗତର ଚାକଚକ୍ୟ ପରିବେଶଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିବା ଏହି ଗ୍ରାମର ଅଧିବାସୀଙ୍କ ଜୀବନ ଜୀବିକା ନିଆରା। ଜଙ୍ଗଲରୁ ଯାହା ସଂଗ୍ରହ କରନ୍ତି ସେଥିରେ ନିଜର ଜୀବିକା ନିର୍ବାହ କରିଥାନ୍ତି।

ତାମୁଣ୍ତି ଗ୍ରାମରେ ପ୍ରାୟ ୮ରୁ ୧୦ ପରିବାର ବସବାସ କରୁଥିବା ବେଳେ ଭିରୁଡ଼ାରେ ପ୍ରାୟ ୧୦ରୁ ୧୨ ପରିବାର ବସବାସ କରିଥାନ୍ତି। ବଡ଼କଥା ହେଉଛି ଦଶପଲ୍ଲାରେ ଥିବା ସମୁଦାୟ ୪୧୬ଟି ରାଜସ୍ବ ଗ୍ରାମ ମଧ୍ୟରେ ଏହି ଦୁଇ ଗ୍ରାମ ରହିଛି। ଗ୍ରାମ ଦୁଇଟି ପାହାଡ଼ ଉପରେ ଥିବାରୁ କାହାରି ଆନ୍ତରିକତା ପ୍ରକାଶ ପାଉ ନଥିବା ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଓ ଗମନାଗମନ ସତେ ଯେପରି ଏମାନଙ୍କ ପାଇଁ ଅପହଞ୍ଚ। ରାସ୍ତା ନଥିବାରୁ ସରକାରୀ ଯୋଜନା ଏଠାରେ ପହଞ୍ଚି ପାରେନି। ଗାଁରେ ପାନୀୟଜଳର କୌଣସି ବ୍ୟବସ୍ଥା ନାହିଁ। ଗ୍ରାମବାସୀଙ୍କ ଉଦ୍ୟମରେ ହୋଇଥିବା ପଥର କୂଅ ଏକମାତ୍ର ଭରସା।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button