ରାଜ୍ୟ

HAL Museum: ହାଲ୍‌ ସଂଗ୍ରହାଳୟରେ ପରାକ୍ରମର ନମୁନା: ଶୋଭା ବଢ଼ାଉଛି ମିଗ୍‌-୨୧ ଯୁଦ୍ଧ ବିମାନ

ଭାରତୀୟ ବାୟୁସେନାରେ ସାମିଲ ହୋଇ ଦେଶକୁ ୬୨ବର୍ଷ ସେବା ଦେବା ପରେ ମିଗ୍ ବିମାନର ଯୁଗାବସାନ ହୋଇଛି। ପାକିସ୍ତାନକୁ ଯୁଦ୍ଧରେ ବାରମ୍ବାର ଧୂଳି ଚଟାଇଥିବା ମିଗ୍‌-୨୧ ଯୁଦ୍ଧ ବିମାନ ଏବେ ସୁନାବେଡ଼ା ହାଲ୍‌ ସଂଗ୍ରହାଳୟରେ ବୀରଗାଥା ବର୍ଣ୍ଣନା କରୁଛି।

କୋରାପୁଟ: ଭାରତୀୟ ବାୟୁସେନାରେ ସାମିଲ ହୋଇ ଦେଶକୁ ୬୨ବର୍ଷ ସେବା ଦେବା ପରେ ମିଗ୍ ବିମାନର ଯୁଗାବସାନ ହୋଇଛି। ପାକିସ୍ତାନକୁ ଯୁଦ୍ଧରେ ବାରମ୍ବାର ଧୂଳି ଚଟାଇଥିବା ମିଗ୍‌-୨୧ ଯୁଦ୍ଧ ବିମାନ ଏବେ ସୁନାବେଡ଼ା ହାଲ୍‌ ସଂଗ୍ରହାଳୟରେ ବୀରଗାଥା ବର୍ଣ୍ଣନା କରୁଛି। ପରିବର୍ତ୍ତିତ ଯୁଦ୍ଧ ରଣନୀତିରେ ଭାରତୀୟ ବାୟୁସେନାରେ ଯଦିଓ ଅନେକ ନୂଆ ଯୁଦ୍ଧ ବିମାନ ସାମିଲ ହୋଇଛି, ତଥାପି ମିଗ୍‌-୨୧ ବିମାନର ପରାକ୍ରମ ଏବେ ବି ଲୋକଲୋଚନକୁ ଆସିବା ପାଇଁ ବାକି ରହିଛି।

ରୁଷିଆ ପ୍ରସ୍ତୁତ ମିଗ୍‌-୨୧ ଯୁଦ୍ଧ ବିମାନର ଜ୍ଞାନକୌଶଳକୁ ଆପଣେଇ ଭାରତ ନିଜେ ଏହି ଯୁଦ୍ଧ ବିମାନ ତିଆରି କରିବା ସହ ଭାରତୀୟ ବାୟୁସେନାର ପ୍ରଥମ ସୁପରସୋନିକ ଫାଇଟର୍‌ ଜେଟ୍ ଭାବେ ସାମିଲ କରିଥିଲା। ୧୯୬୮ ମସିହାରେ ମିଗ୍‌ ଇଞ୍ଜିନ ନିର୍ମାଣ ଦାୟିତ୍ବ ସୁନାବେଡ଼ା ଏଚ୍ଏ‌ଏଲ୍‌ (ହାଲ୍‌)କୁ ମିଳିଥିଲା। ହାଲ୍‌ ମିଗ୍-୨୧, ମିଗ୍-୨୭, ମିଗ୍-୨୯ର ସମସ୍ତ ଇଞ୍ଜିନ୍‌ ସଫଳତାର ସହ ନିର୍ମାଣ କରିଛି। ମିଗ୍‌-୨୧ ଯୁଦ୍ଧ ବିମାନର ଇତିହାସକୁ ଦେଖିଲେ, ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତୀୟ ସେନାକୁ ଅଗ୍ରଣୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ପାକିସ୍ତାନର ୪ଟି ପିଏଏଫ୍-୧୦୪ ଏଏସ୍‌, ଦୁଇଟି ଏଫ୍–୬ସିଏସ୍‌, ଗୋଟିଏ ଏଫ୍‌-୮୬ଏଫ୍ ସବରେ, ଗୋଟିଏ ସି-୧୩୦ଇ ହର୍କୁଲେସ ଯୁଦ୍ଧ ବିମାନକୁ ନଷ୍ଟ କରିବା ସହ ଦୁଇଟି ଏଫ୍-୧୦୪ଏସ୍‌କୁ ଅକାମୀ କରିବାରେ ସଫଳ ହୋଇଥିଲା। ଏହି ଯୁଦ୍ଧରେ ମିଗ୍‌-୨୧ ବିମାନର ପରାକ୍ରମ ଦେଖି ଇରାକ ସମେତ ଅନେକ ଦେଶ ଭାରତଠାରୁ ଯୁଦ୍ଧ ବିମାନ କିଣିବା ତଥା ଜ୍ଞାନ କୌଶଳ ନେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button