ରାଜ୍ୟ

College Election : ରମାଦେବୀ ଗେଟ୍ ସମ୍ମୁଖରେ ଶ୍ରୀମନ୍ଦିର ମହାପ୍ରସାଦ, ପିଲାଙ୍କୁ ବଣ୍ଟାହେଉଛି ଗୋଲାପ ଫୁଲ

ଭୁବନେଶ୍ଵର, ୧୫/୧୦ : ସକାଳୁ ସକାଳୁ ଛାତ୍ର ସଂସଦ ନିର୍ବାଚନ ପାଇଁ ବିଭିନ୍ନ କ୍ୟାମ୍ପସ୍‌ରେ ଭୋଟିଂ ଆରମ୍ଭ ହୋଇଯାଇଛି । ଅପରାହ୍ଣ ୨ଟା ଯାଏଁ ମତଦାନ ଚାଲିବ । ଏହାରି ଭିତରେ ଭୁବନେଶ୍ୱର ସ୍ଥିତ ରମାଦେବୀ ବିଶ୍ୱବିଦ୍ୟାଳୟରେ ବି ଭୋଟିଂ ଆରମ୍ଭ ହୋଇଯାଇଛି । ରମାଦେବୀ ବିଶ୍ୱବିଦ୍ୟାଳୟର ଗେଟ୍ ସମ୍ମୁଖରେ ବିସିଜେଡି ପ୍ରାର୍ଥୀ ଶ୍ରୀମନ୍ଦିର ମହାପ୍ରସାଦ ରଖିଥିବା ଦେଖିବାକୁ ମିଳିଛି । ଭୋଟ ଦେବାକୁ ଯାଉଥିବା ଛାତ୍ରୀଙ୍କୁ ମହାପ୍ରସାଦ ଦେବା ସହିତ ଗୋଲାପ ଫୁଲ ବଣ୍ଟାଯାଉଛି ।

ସେପଟେ ସୁରକ୍ଷା ବଳୟ ଭିତରେ ରମାଦେବୀ ବିଶ୍ୱବଦ୍ୟାଳୟ ରହିଛି । କ୍ୟାମ୍ପସ ଭିତରକୁ କେହି ମୋବାଇଲ ନେଇ ପାରିବେ ନାହିଁ । କଡ଼ାକଡ଼ି ଭାବେ ସମସ୍ତଙ୍କୁ ମନା ହୋଇଛି । ଡ୍ରେସ୍ ଓ ଆଇ କାର୍ଡ ନଥିଲେ କଲେଜ ଭିତରକୁ ପ୍ରବେଶ ନିଷେଧ କରାଯାଇଛି । କଲେଜ କରିଡରରେ ଏଚଓଡି ଜଗିଛନ୍ତି । ଭୋଟିଂ ଏରିଆରେ ସିସିଟିଭି ଲାଗିଛି । କିଛି ଅସୁବିଧା ନାହିଁ । ଏନେଇ ରମାଦେବୀ ବିଶ୍ୱବଦ୍ୟାଳୟ ଜନ ସମ୍ପର୍କ ଅଧିକାରୀ ଅମ୍ବିକା ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button