ରାଜ୍ୟ

VSS Airport Upgrade: ଝାରସୁଗୁଡ଼ା ବିମାନବନ୍ଦର ସମ୍ପ୍ରସାରଣ ପାଇଁ ୨୧୦୦ କୋଟି ମଞ୍ଜୁର, ୩୬୦୦ ମିଟରକୁ ବଢ଼ିବ ରନ୍‌ୱେ

ଭୁବନେଶ୍ୱର,୧୫/୧୦: ଝାରସୁଗୁଡ଼ାସ୍ଥିତ ବୀର ସୁରେନ୍ଦ୍ର ସାଏ(ଭିଏସ୍ଏସ୍) ବିମାନବନ୍ଦରର ସମ୍ପ୍ରସାରଣ ହେବ । ଏଥିପାଇଁ କେନ୍ଦ୍ର ସରକାର ୨୧୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ପ୍ରସ୍ତାବିତ ସମ୍ପ୍ରସାରଣ କାର୍ଯ୍ୟଗୁଡ଼ିକ ମଧ୍ୟରେ ରହିଛି ରନ୍ୱେ ସମ୍ପ୍ରସାରଣ । ଏହା ବର୍ତ୍ତମାନ ୨,୩୯୧ ମିଟର ଥିବାବେଳେ ଏହାକୁ ୩,୬୦୦ ମିଟରକୁ ବଢ଼ାଯିବ । ସେହିଭଳି ଏକ ଦ୍ୱିତୀୟ ଟର୍ମିନାଲ ଓ ନୂଆ ପ୍ରଶାସନିକ କମ୍ପେ୍ଲକ୍ସ ନିର୍ମାଣ ହେବ । ଏହା ସହିତ ଏକ ସମାନ୍ତରାଳ ଟ୍ୟାକ୍ସି ଟ୍ରାକ୍ ବିକାଶ କରାଯିବ ।

ଖାଲି ସେତିକି ନୁହେଁ, ଆପ୍ରୋଚ୍ ଲାଇଟିଂ ଏବଂ ଅତ୍ୟାଧୁନିକ ନାଭିଗେଶନ ସିଷ୍ଟମ୍ ସହିତ ଅଧିକ ପାକି ର୍ଂ ବେ ଏବଂ ଆପ୍ରନ ମଧ୍ୟ ଯୋଜନାରେ ରହିଛି । ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି, ପାଣ୍ଠି ମଞ୍ଜୁର ହୋଇସାରିଛି । ଓଡ଼ିଶା ସରକାର ସମ୍ପ୍ରସାରଣ ଲାଗି ଆବଶ୍ୟକ ଜମି ଅଧିଗ୍ରହଣ କାର୍ଯ୍ୟରେ ଲାଗିଛନ୍ତି । ଏକ ମେଗା ଅନ୍ତର୍ଜାତୀୟ ଅପ୍‌ଗ୍ରେଡ୍ ସ୍କିମ୍ ଅଧୀନରେ ଭିଏସ୍ଏସ୍ ବିମାନବନ୍ଦରର ସମ୍ପ୍ରସାରଣ ପାଇଁ ୨୧୦୦ କୋଟି ଟଙ୍କା ମଞ୍ଜୁର ହୋଇଛି । ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହେବା ପରେ ସମ୍ପ୍ରସାରଣ କାର୍ଯ୍ୟ ପାଇଁ ପାଣ୍ଠି ବ୍ୟବହାର ହେବ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button