ରାଜ୍ୟ

College Election : ଛାତ୍ର ସଂସଦ ନିର୍ବାଚନ ନେଇ ମୁଖ୍ୟମନ୍ତ୍ରୀଙ୍କ ଟ୍ବିଟ୍, ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ନିର୍ବାଚନରେ ସାମିଲ ହୁଅନ୍ତୁ

ଭୁବନେଶ୍ଵର, ୧୫/୧୦ : ଛାତ୍ର ସଂସଦ ନିର୍ବାଚନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଟ୍ବିଟ୍ । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ଛାତ୍ର ସଂସଦ ନିର୍ବାଚନ କେବଳ ପ୍ରତିନିଧି ବାଛିବାର ଏକ ପ୍ରକ୍ରିୟା ନୁହେଁ, ବରଂ ଏହା ଗଣତନ୍ତ୍ରର ମୂଳଦୁଆ ଏବଂ ଭବିଷ୍ୟତର ନେତୃତ୍ୱ ଗଠନର ଏକ ମୁଖ୍ୟ ମାଧ୍ୟମ । ଆଜି କ୍ୟାମ୍ପସରେ ଆପଣମାନେ ଯେଉଁ ମୂଲ୍ୟବୋଧ, ଶୃଙ୍ଖଳା ଓ ଆଦର୍ଶର ଅଭ୍ୟାସ କରିବେ, ତାହା ଆଗାମୀ ଦିନରେ ଆମ ରାଜ୍ୟ ତଥା ଦେଶକୁ ଏକ ନୂତନ ଦିଗ୍ ଦର୍ଶନ ଦେବ । ତେଣୁ କୌଣସି ପ୍ରକାର ହିଂସା, ଗୁଜବ ବା ବିଭେଦର ଶିକାର ନ ହୋଇ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ଏହି ନିର୍ବାଚନରେ ସାମିଲ ହୁଅନ୍ତୁ । ସମସ୍ତ ଛାତ୍ରଛାତ୍ରୀ ଓ ପ୍ରାର୍ଥୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ।

୩୪୬ କଲେଜ ଓ ୧୩ ବିଶ୍ଵବିଦ୍ୟାଳୟରେ ଭୋଟିଂ ଚାଲିଛି । ବିଭିନ୍ନ ପଦପଦବି ପାଇଁ ମଇଦାନରେ ୬୮୯୧ ପ୍ରାର୍ଥୀ ଅଛନ୍ତି । ସକାଳ ୮ଟାରୁ ଦିନ ୨ଟା ଯାଏ ଭୋଟ୍ ହେବ । ଏହାପରେ ଗଣତି ହୋଇ ସଂଧ୍ୟାରେ ଫଳ ପ୍ରକାଶ ପାଇବ । ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ପାଇଁ କ୍ୟାମ୍ପସରେ ପୁଲିସ ଛାଉଣୀ ରହିଛି । ତେବେ କିଛି କଲେଜ, ବିଶ୍ଵବିଦ୍ୟାଳୟରେ ଉତ୍ତେଜନା ଦେଖିବାକୁ ମିଳିଛି । ମଇଦାନରେ ଅଛନ୍ତି ୮୬୬ ଜଣ ସଭାପତି, ୬୧୬ ଜଣ ସାଧାରଣ ସଂପାଦକ ଓ ୧୭୬ଜଣ ଉପସଭାପତି ପ୍ରାର୍ଥୀ ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button