ରାଜ୍ୟ

College Election : ରମାଦେବୀ ଆଗରେ ହାଇଡ୍ରାମା, BCJD ନେତ୍ରୀ ଇପ୍ସିତାଙ୍କୁ ଉଠାଇ ନେଲା ପୁଲିସ

ଭୁବନେଶ୍ଵର, ୧୫/୧୦ : ରମାଦେବୀ ବିଶ୍ଵବିଦ୍ୟାଳୟ କ୍ୟାମ୍ପସ୍ ରେ ହାଇଡ୍ରାମା । ବିସିଜେଡି ସଭାନେତ୍ରୀ ଇପ୍ସିତା ସାହୁଙ୍କୁ ଉଠାଇନେଲା ପୁଲିସ । ଇପ୍ସିତାଙ୍କ ନାଁରେ ଥାନାରେ ହୋଇଥିଲା ଅଭିଯୋଗ । ଇପ୍ସିତାଙ୍କୁ ଉଠାଇ ନେବା ପରେ କଲେଜ ଆଗରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି ।

ସୂଚନା ମୁତାବକ, ରମାଦେବୀ ବିଶ୍ବବିଦ୍ୟାଳୟରେ ସକାଳୁ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିଲା । ଏହି ସମୟରେ ବିସିଜେଡି ପ୍ରାର୍ଥୀ କଲେଜ ଗେଟ୍ ସମ୍ମୁଖରେ ମହାପ୍ରସାଦ ଓ ଗୋଲାପ ଫୁଲ ବାଣ୍ଟିଥିଲେ । ଏହାକୁ ଅନ୍ୟ ଛାତ୍ରୀ ଗୋଷ୍ଠୀ ବିରୋଧ କରିଥିଲେ । ପୁଲିସ ସ୍ଥିତି ନିୟନ୍ତ୍ରଣ କରିବାକୁ ଭୋଟ୍ ଦେଇ ସାରିଥିବା ଛାତ୍ରୀଙ୍କୁ କ୍ୟାମ୍ପସ୍ ଛାଡ଼ିବାକୁ ଚେତାବନୀ ଦେଇଥିଲା । ଏହାପରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ବିସିଜେଡି ସଭାନେତ୍ରୀ ଇପ୍ସିତା ସାହୁଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା । ଏହାପରେ ପୁଲିସ ଇପ୍ସିତାଙ୍କୁ ଉଠାଇ ନେଇଛି ।..

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button