ମନୋରଞ୍ଜନ

Salman Khan Bedroom Mystery: ସଲମାନ ଖାନଙ୍କ ବେଡ୍‌ରୁମ୍‌ରେ ରହସ୍ୟମୟ ଅନୁଭୂତି, କାହାର ଅଦୃଶ୍ୟ ଉପସ୍ଥିତି ଅନୁଭବ କରୁଥିଲେ ଭାଇଜାନ

ନୂଆଦିଲ୍ଲୀ, ୧୫/୧୦: ବଲିଉଡ୍ ସୁପରଷ୍ଟାର ସଲମାନ ଖାନ ନିଜର ବ୍ୟକ୍ତିଗତ ଜୀବନ ସହ ଜଡ଼ିତ ଏକ ରହସ୍ୟମୟ ଅନୁଭୂତି ଖୁଲାସା କରିଛନ୍ତି। ପ୍ରସିଦ୍ଧ ନିର୍ଦ୍ଦେଶକ ତଥା ପ୍ରଯୋଜକ କରଣ ଜୋହରଙ୍କ ଚାଟ୍ ଶୋ’ ‘କଫି ୱିଥ୍ କରଣ ୯’ରେ ଅତିଥି ଭାବେ ଯୋଗଦେଇ ସଲମାନ ନିଜ ଶୋଇବା ଘରେ ଅନୁଭବ କରିଥିବା କିଛି ଅଜବ ଘଟଣା ବିଷୟରେ କହିଛନ୍ତି। ଲାଇଟ୍ ଆପେ ଆପେ ଜଳିବା, ଆଲମାରି ଖୋଲିଯିବା ଏବଂ ମ୍ୟୁଜିକ୍ ସିଷ୍ଟମ୍ ନିଜେ ଚାଲୁ ହୋଇଯିବା ଭଳି ଘଟଣା ତାଙ୍କୁ ସେଠାରେ କାହାର ଅଦୃଶ୍ୟ ଉପସ୍ଥିତି ଥିବା ଭଳି ଅନୁଭବ କରାଉଥିଲା।

ଶୋ’ରେ କରଣ ଜୋହର ସଲମାନଙ୍କ ସହ ନିଜର ପୁରୁଣା ସ୍ମୃତି ମନେ ପକାଇଥିଲେ। ‘କୁଛ୍ କୁଛ୍ ହୋତା ହୈ’ ଚଳଚ୍ଚିତ୍ର ପାଇଁ ସଲମାନଙ୍କୁ କାହାଣୀ ଶୁଣାଇବା ସମୟରେ ତାଙ୍କ ଘରକୁ ଯାଇଥିବା ଘଟଣାକୁ କରଣ ମନେ ପକାଇଥିଲେ। କରଣ କହିଥିଲେ ଯେ, ‘ଜବ୍ ପ୍ୟାର୍ କିସିସେ ହୋତା ହୈ’ ଚଳଚ୍ଚିତ୍ରର ସୁଟିଂ ସମୟରେ ସଲମାନଙ୍କୁ ଭେଟିବା ପାଇଁ ସେ ସେଟ୍‌କୁ ଯାଇଥିଲେ। ସେତେବେଳେ ସଲମାନଙ୍କ ସୁଟିଂ ସମୟ ଅପରାହ୍ନ ୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଥିଲା। ରାତି ପ୍ରାୟ ୯ଟାରେ ସଲମାନ ତାଙ୍କୁ ନିଜ ସହ ଘରକୁ ଯିବାକୁ କହିଥିଲେ। ସଲମାନଙ୍କ ଘରେ ପହଞ୍ଚିବା ପରେ କରଣ ଦେଖିଥିଲେ ଯେ, ସେଠାରେ ସଲିମ ଖାନ, ସଲମା ଖାନ, ଅରବାଜ ଖାନ ଓ ସୋହେଲ ଖାନଙ୍କ ସମେତ ପରିବାରର ସମସ୍ତ ସଦସ୍ୟ ଏକାଠି ରହୁଥିଲେ। ସେହି ଘରେ ସଲମାନଙ୍କ ଶୋଇବା ଘରଟି ଖୁବ୍ ଛୋଟ ଥିଲା। ସେଠାରେ କେବଳ ଗୋଟିଏ ବିଛଣା ଓ ଗୋଟିଏ ଆଲମାରି ଥିଲା।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button