ଦେଶ ବିଦେଶ

False Election Affidavit: ‘ମିଥ୍ୟା ନିର୍ବାଚନୀ ସତ୍ୟପାଠ ବିରୋଧରେ ଯେ କେହି କରିପାରିବେ ଅଭିଯୋଗ’

ନିର୍ବାଚନୀ ସତ୍ୟପାଠରେ ମିଥ୍ୟା ତଥ୍ୟ ଦେବା କିମ୍ବା ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲୁଚାଇବା ପାଇଁ ନିର୍ବାଚିତ ପ୍ରାର୍ଥୀଙ୍କ ବିରୋଧରେ ସାଧାରଣ ନାଗରିକ ମଧ୍ୟ ଆପରାଧିକ ଅଭିଯୋଗ ଦାଖଲ କରିପାରିବେ।

ନୂଆଦିଲ୍ଲୀ: ନିର୍ବାଚନୀ ସତ୍ୟପାଠରେ ମିଥ୍ୟା ତଥ୍ୟ ଦେବା କିମ୍ବା ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲୁଚାଇବା ପାଇଁ ନିର୍ବାଚିତ ପ୍ରାର୍ଥୀଙ୍କ ବିରୋଧରେ ସାଧାରଣ ନାଗରିକ ମଧ୍ୟ ଆପରାଧିକ ଅଭିଯୋଗ ଦାଖଲ କରିପାରିବେ। ଶୁକ୍ରବାର ସୁପ୍ରିମ୍‌କୋର୍ଟ ଏହି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଜଷ୍ଟିସ୍‌ ଦୀପଙ୍କର ଦତ୍ତ ଓ ଜଷ୍ଟିସ୍‌ ଶୀଲ ନାଗୁଙ୍କ ଖଣ୍ଡପୀଠ କହିଛନ୍ତି, ଲୋକପ୍ରତିନିଧିତ୍ବ ଆଇନର ଧାରା ୧୨୫ଏ ଅନୁଯାୟୀ ଏପରି ଅଭିଯୋଗ ଦାଖଲ କରିବା ପାଇଁ ନାଗରିକଙ୍କୁ ଆଇନଗତ ବାଧା ନାହିଁ।
ଏହି ମାମଲାରେ ଅଭିଯୋଗ ଦାଖଲ ପାଇଁ ନିର୍ବାଚନ ଆୟୋଗ କିମ୍ବା ଅନ୍ୟ କୌଣସି ଅଧିକୃତ ସରକାରୀ ଅଧିକାରୀଙ୍କ ଅନୁମତି ଆବଶ୍ୟକ ନାହିଁ। ତେବେ ମିଥ୍ୟା ଅଭିଯୋଗ ଆଣି ନିର୍ବାଚିତ ପ୍ରତିନିଧିଙ୍କୁ ହଇରାଣ କରିବାର ଆଶଙ୍କାକୁ ମଧ୍ୟ କୋର୍ଟ ଅଣଦେଖା କରିନାହାନ୍ତି। ଏପରି ଅଭିଯୋଗ ତଥ୍ୟହୀନ କିମ୍ବା ଉଦ୍ଦେଶ୍ୟପ୍ରଣୋଦିତ ହୋଇଥିଲେ, ଆଇନ ଅନୁଯାୟୀ ଉପଯୁକ୍ତ ପଦକ୍ଷେପ ନେବାକୁ କ୍ଷମତାପ୍ରାପ୍ତ ମାଜିଷ୍ଟ୍ରେଟଙ୍କ ପାଖରେ କ୍ଷମତା ରହିଛି ବୋଲି ଖଣ୍ଡପୀଠ କହିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button