ରାଜ୍ୟ

ଖଣି ମାଫିଆ ରାଜା ଚକ୍ରର ଆଉ ଏକ ଠକେଇ ଫର୍ଦ୍ଦ: ଗାଏବ୍‌ ଅସ୍ଥାୟୀ କ୍ରସର ୟୁନିଟ୍‌କୁ ଖୋଜୁଛି EOW, ଖୁବ୍‌ଶୀଘ୍ର ରିମାଣ୍ଡ ଆବେଦନ

ଭୁବନେଶ୍ୱର,୧୭/୧୦: କ୍ରସର  ୟୁନିଟ୍‌ ମାଲିକଠୁ ୧.୨୨ କୋଟି ଟଙ୍କା  ଠକିବା ମାମଲାରେ ଅର୍ଥନୈତିକ ଅପରାଧ  ଶାଖା (ଇଓଡବ୍ଲୁ) କେନ୍ଦୁଝର ବିଜେଡି  ନେତା ରାଜା ଚକ୍ର ଓରଫ୍‌ ସୌମ୍ୟଶଙ୍କର  ଚକ୍ରଙ୍କୁ ଗିରଫ କରିଛି । ଏହାସହ  ରାଜାଙ୍କ ଠକେଇ ପେଡି଼ରେ ଆଉ ଏକ  ଫର୍ଦ୍ଦ ଯୋଡ଼ି ହୋଇଛି । ସମ୍ପୃକ୍ତ କ୍ରସର  ୟୁନିଟ୍‌ ମାଲିକଙ୍କୁ ପାର୍ଟନରସିପର ଲୋଭ  ଦେଖାଇ କେବଳ ସର୍ବସ୍ୱାନ୍ତ କରିନଥିଲେ,  ସମ୍ପୃକ୍ତ ଜମିରେ ଏକ ଅସ୍ଥାୟୀ କ୍ରସର  ୟୁନିଟ୍‌ ଖୋଲିଥିଲେ । ଯାହାକି, ସମ୍ପୂର୍ଣ୍ଣ  ବେଆଇନ୍‌ ବୋଲି ଇଓଡବ୍ଲୁ ଦର୍ଶାଇଛି ।

ଇଓଡବ୍ଲୁ ସୂତ୍ରରୁ ପ୍ରକାଶ ଯେ, ପୂର୍ବ  ସରକାର ବଳରେ ବଳୀୟାନ ହୋଇ ରାଜା  ବର୍ଷବର୍ଷ ଧରି ଖଣି ମାଫିଆ ସାଜିଥିଲେ ।  ବେଆଇନ୍‌ ଭାବେ ଲଘୁ ଖଣିଜ ଖନନ  କରି ଶହ ଶହ କୋଟି ଟଙ୍କା ପକେଟ୍‌ରେ  ପୁରାଇଛନ୍ତି । ରଘୁନାଥପୁର ଗ୍ରାମପଞ୍ଚାୟତର  ନୁନୁଝରଣ ମୌଜାରେ ୨ ଏକର ଜମିରେ  ଥିବା କ୍ରସର ୟୁନିଟ୍‌ ଉପରେ ତାଙ୍କର ଆଖି  ପଡି଼ଥିଲା । ୨୦୨୧ ମସିହାରେ ସେ କ୍ରସର ୟୁନିଟ୍‌ର ମାଲିକ ଅଞ୍ଜନ କୁମାର ବେଜଙ୍କୁ  ୫୦-୫୦ ପ୍ରତିଶତ ପାର୍ଟନରସିପର ଲୋଭ  ଦେଖାଇଥିଲେ । ଡରାଇ ଧମକାଇ ଉକ୍ତ ଜମିକୁ ଶାଗମାଛ ଦରରେ କିଣିଥିଲେ । ଏବାବଦକୁ ଶ୍ରୀ ବେଜଙ୍କୁ ମାତ୍ର ୧୦ ଲକ୍ଷ ଟଙ୍କା  ଧରାଇଥିଲେ । ଉକ୍ତ ଜମିରେ ଥିବା ପୁରୁଣା  କ୍ରସର ୟୁନିଟ୍‌ର ବିଭିନ୍ନ ଯନ୍ତ୍ରାଂଶକୁ ମନଇଚ୍ଛା  ବିକିଦେଇଥିଲେ। ଆଉ ତାଙ୍କ ଜମିରେ ଏକ ଭ୍ରାମ୍ୟମାଣ କ୍ରସର ୟୁନିଟ୍‌ ସ୍ଥାପନ  କରିଥିଲେ । ଯାହାର ଆନୁମାନିକ ବଜାର  ମୂଲ୍ୟ ପାଖାପାଖି ୨.୫ କୋଟି ଟଙ୍କା ହେବ ।  ରାଜା ଗିରଫ ପରଠୁ ସେହି ଅସ୍ଥାୟୀ କ୍ରସର  ୟୁନିଟ୍‌ଟି ନୁନୁଝରଣରୁ ଗାଏବ୍‌ ହୋଇଯାଇଛି । ଇଓଡବ୍ଲୁ ଏବେ ଅସ୍ଥାୟୀ କ୍ରସର ୟୁନିଟ୍‌କୁ  ଖୋଜୁଛି । ଖୁବ୍‌ଶୀଘ୍ର ଉକ୍ତ ୟୁନିଟ୍‌କୁ ଜବତ କରାଯିବ ବୋଲି ସୂଚନା ମିଳିଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button