ରାଜ୍ୟ

Dussehra 2026: ପାର୍ବଣ ବେଳେ ଆକ୍ସନ୍ ମୋଡ୍‌ରେ ଖାଦ୍ୟ ସୁରକ୍ଷା ବିଭାଗ ଟିମ୍‌, ହୋଟେଲ୍ ଓ ରେଷ୍ଟୁରାଣ୍ଟ୍‌ ଚଢ଼ାଉ, ୫୦ କେଜି ବାସୀ ଖାଦ୍ୟ ନଷ୍ଟ ଓ ନୋଟିସ୍‌

କଟକ,୧୭/୧୦: ସହରରେ ଦଶହରା ଭଳି ପାର୍ବଣ ମାହୋଲ୍କୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମ(କେଏମ୍‌ସି ) ଖାଦ୍ୟ ସୁରକ୍ଷା ବିଭାଗ ଦ୍ୱାରା ସହରର ବିଭିନ୍ନ ସ୍ଥାନରେ ଚଢଉ କରାଯାଇଛି । ବଡ଼ ବଡ଼ ହୋଟେଲ୍ ଓ ରେଷ୍ଟୁରାଣ୍ଟ୍‌ ମାନଙ୍କରେ ଯାଞ୍ଚ୍ ସମୟରେ ପାଖାପାଖି ୫୦କେଜିର ବାସି ଖାଦ୍ୟ ଜବତ କରାଯାଇ ନଷ୍ଟ ହୋଇଛି । ଏହାସହ ବିଭିନ୍ନ ହୋଟେଲ୍କୁ ସ୍ୱଚ୍ଛତା ବଜାୟ ରଖିବା ପାଇଁ ନୋଟିସ୍ ଜାରି କରାଯାଇଛି ।

 

ପାର୍ବଣ ପାଇଁ ପୁରା କଟକ ଏବେ ଚଳଚଞ୍ଚଳ ହୋଇପଡ଼ିଛି । ଏହାରି ମଧ୍ୟରେ ଲୋକମାନେ ବୁଲାବୁଲି କରିବା ସହିତ ବାହାରେ ଖାଇବା ପିଇବାକୁ ପସନ୍ଦ କରୁଛନ୍ତି । ତେବେ ପାର୍ବଣରେ ଖାଦ୍ୟ ବ୍ୟବସାୟ ବୃଦ୍ଧି ପାଉଥିବାରୁ ଲୋକମାନଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇଛି କେଏମ୍‌ସି ସ୍ୱାସ୍ଥ୍ୟ ବିଭାଗ । ନଗର ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ନୃପେନ୍ଦ୍ର ଶତପଥୀଙ୍କ ଅଧ୍ୟକ୍ଷତାରେ ଏକ ଟିମ୍ ସିଡିଏ ସମେତ ବିଭିନ୍ନ ସ୍ଥାନରେ ଥିବା ରେଷ୍ଟୁରାଣ୍ଟ, ହୋଟେଲ ଏବଂ କାଫେରେ ଚଢଉ କରିଥିଲା । ଜନସ୍ୱାସ୍ଥ୍ୟ ବିପଦକୁ ରୋକିବା ପାଇଁ ପ୍ରାୟ ୫୦ କିଲୋଗ୍ରାମ ବାସି ଖାଦ୍ୟକୁ ନଷ୍ଟ କରାଯାଇଥିଲା । ଏକ ହୁକା ବାର୍ ଚିହ୍ନଟ କରାଯାଇଥିଲା ଏବଂ ଏକ ରେଷ୍ଟୁରାଣ୍ଟ ଭିତରେ ନିକୋଟିନ୍ ସ୍ୱାଦଯୁକ୍ତ ପଦାର୍ଥ ମିଳିଥିଲା । ଏହା ବ୍ୟତୀତ, ଖରାପ ଏବଂ ଅସ୍ୱସ୍ଥ୍ୟକର ପରିସ୍ଥିତି ଯୋଗୁଁ ଗୋଟିଏ ରେଷ୍ଟୁରାଣ୍ଟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଚଢ଼ଉରେ ଖାଦ୍ୟ ସୁରକ୍ଷା ଅଧିକାରୀ ରଶ୍ମିତା ବେହେରା, ଭଗବାନ ଲେଙ୍କା ପ୍ରମୁଖ ଉପସ୍ଥିତ ରହିଥିଲେ ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button