ବିଶେଷ
Australia: ଅଷ୍ଟ୍ରେଲିଆର ବିରାଟ ବୁଢ଼ିଆଣୀ ଗାତ
ଅଷ୍ଟ୍ରେଲିଆର କିମ୍ବର୍ଲି ଅଞ୍ଚଳରେ ବୁଢ଼ିଆଣୀ ଭଳି ଦିଶୁଥିବା ଏକ ବିରାଟ ଗାତର ଫଟୋ ଉଠାଇଛି ନାସା ଦ୍ବାରା ପ୍ରେରିତ ଲ୍ୟାଣ୍ଡ୍ସାଟ୍-୯ ଉପଗ୍ରହ। ବୁଢ଼ିଆଣୀ ଗାତ କୁହାଯାଉଥିବା ଏହି ଗର୍ତ୍ତ କୋଟି କୋଟି ବର୍ଷ ତଳେ ପଥୁରିଆ ଅଞ୍ଚଳରେ ପଡ଼ିଥିବା ଉଲ୍କାପିଣ୍ଡ ଦ୍ବାରା ସୃଷ୍ଟି ହୋଇଛି।

ଅଷ୍ଟ୍ରେଲିଆର କିମ୍ବର୍ଲି ଅଞ୍ଚଳରେ ବୁଢ଼ିଆଣୀ ଭଳି ଦିଶୁଥିବା ଏକ ବିରାଟ ଗାତର ଫଟୋ ଉଠାଇଛି ନାସା ଦ୍ବାରା ପ୍ରେରିତ ଲ୍ୟାଣ୍ଡ୍ସାଟ୍-୯ ଉପଗ୍ରହ। ବୁଢ଼ିଆଣୀ ଗାତ କୁହାଯାଉଥିବା ଏହି ଗର୍ତ୍ତ କୋଟି କୋଟି ବର୍ଷ ତଳେ ପଥୁରିଆ ଅଞ୍ଚଳରେ ପଡ଼ିଥିବା ଉଲ୍କାପିଣ୍ଡ ଦ୍ବାରା ସୃଷ୍ଟି ହୋଇଛି। ୨୦୨୬ ସେପ୍ଟେମ୍ବର ୨୦ ତାରିଖରେ ଲ୍ୟାଣ୍ଡ୍ସାଟ୍-୯ ଏହି ଫଟୋ ଉଠାଇଥିଲା। ଫଟୋରେ ଦିଶୁଛି ଯେ ଗାତ ମଝିରୁ ଚାରି ଆଡ଼କୁ ସରୁଆ ହିଡ଼ ସବୁ ଲମ୍ବିଯାଇଛି। ସେଗୁଡ଼ିକ ଠିକ୍ ବୁଢ଼ିଆଣୀ ଗୋଡ଼ ଭଳି ଦିଶୁଛି।
ସୌଜନ୍ୟ ସମ୍ବାଦ




