ବିଶେଷ

Australia: ଅଷ୍ଟ୍ରେଲିଆର ବିରାଟ ବୁଢ଼ିଆଣୀ ଗାତ

ଅଷ୍ଟ୍ରେଲିଆର କିମ୍ବର୍‌ଲି ଅଞ୍ଚଳରେ ବୁଢ଼ିଆଣୀ ଭଳି ଦିଶୁଥିବା ଏକ ବିରାଟ ଗାତର ଫଟୋ ଉଠାଇଛି ନାସା ଦ୍ବାରା ପ୍ରେରିତ ଲ୍ୟାଣ୍ଡ୍‌ସାଟ୍‌-୯ ଉପଗ୍ରହ। ବୁଢ଼ିଆଣୀ ଗାତ କୁହାଯାଉଥିବା ଏହି ଗର୍ତ୍ତ କୋଟି କୋଟି ବର୍ଷ ତଳେ ପଥୁରିଆ ଅଞ୍ଚଳରେ ପଡ଼ିଥିବା ଉଲ୍‌କାପିଣ୍ଡ ଦ୍ବାରା ସୃଷ୍ଟି ହୋଇଛି।

ଅଷ୍ଟ୍ରେଲିଆର କିମ୍ବର୍‌ଲି ଅଞ୍ଚଳରେ ବୁଢ଼ିଆଣୀ ଭଳି ଦିଶୁଥିବା ଏକ ବିରାଟ ଗାତର ଫଟୋ ଉଠାଇଛି ନାସା ଦ୍ବାରା ପ୍ରେରିତ ଲ୍ୟାଣ୍ଡ୍‌ସାଟ୍‌-୯ ଉପଗ୍ରହ। ବୁଢ଼ିଆଣୀ ଗାତ କୁହାଯାଉଥିବା ଏହି ଗର୍ତ୍ତ କୋଟି କୋଟି ବର୍ଷ ତଳେ ପଥୁରିଆ ଅଞ୍ଚଳରେ ପଡ଼ିଥିବା ଉଲ୍‌କାପିଣ୍ଡ ଦ୍ବାରା ସୃଷ୍ଟି ହୋଇଛି। ୨୦୨୬ ସେପ୍‌ଟେମ୍ବର ୨୦ ତାରିଖରେ ଲ୍ୟାଣ୍ଡ୍‌ସାଟ୍‌-୯ ଏହି ଫଟୋ ଉଠାଇଥିଲା। ଫଟୋରେ ଦିଶୁଛି ଯେ ଗାତ ମଝିରୁ ଚାରି ଆଡ଼କୁ ସରୁଆ ହିଡ଼ ସବୁ ଲମ୍ବିଯାଇଛି। ସେଗୁଡ଼ିକ ଠିକ୍‌ ବୁଢ଼ିଆଣୀ ଗୋଡ଼ ଭଳି ଦିଶୁଛି।

ଏହି ଗର୍ତ୍ତ କିଭଳି ସୃଷ୍ଟି ହେଲା ତାହା ଜାଣିବା ପାଇଁ ବୈଜ୍ଞାନିକମାନେ ଗବେଷଣା କରିଥିଲେ।  ପ୍ରଥମେ ବୈଜ୍ଞାନିକମାନେ ଭାବିଥିଲେ, ହୁଏତ ଆଗ୍ନେୟଗିରି ଉଦ୍‌ଗିରଣ ଯୋଗୁଁ ଏହା ହୋଇଛି। ସେହି ସମୟରେ ଭୂଇଁ ଉପରେ ସାଟର୍‌ କୋନ୍‌ ସବୁ ମଧ୍ୟ ପଡ଼ିଥିଲା। ପଥରରେ ସକ୍‌ ୱେଭ୍‌ ହେଲେ ସାଟର୍‌ କୋନ୍‌ ତିଆରି ହୁଏ। ସେତେବେଳେ ଭୂତତ୍ତ୍ବବିତ୍‌ମାନେ ପ୍ରମାଣ ଦେଲେ ଯେ, ପଥର ଫାଟିଯାଇ ଥିବାରୁ ଏଭଳି ଅଜବ ଗାତ ସୃଷ୍ଟି ହୋଇଛି। ଏ ଗାତର ଲମ୍ବ ୧୩ କିଲୋମିଟର୍‌, ଓସାର ୧୧ କିଲୋମିଟର।

ସେ ଉଲ୍‌କାପିଣ୍ଡ କେବେ ପୃଥିବୀରେ ପଡ଼ିଥିଲା ତାହା ଏଯାବତ୍‌ ଜଣାପଡ଼ିନାହିଁ। ପଥର ବୟସ ଦେଖି ଜଣାପଡୁଛି ଯେ ୬୦ରୁ ୯୦ କୋଟି ବର୍ଷ ତଳେ  ଏ ଜାଗାରେ ଉଲ୍‌କା-ଖଣ୍ଡଟି ପଡ଼ିଥାଇ ପାରେ। ଅଜବ କଥା ହେଲା, ତଳେ ଥାଇ ଦେଖିଲେ ଏହାର ମଝି ଭାଗ ଗାତ ପରି ଦିଶୁନାହିଁ, ଉପରକୁ ଉଠିଥିବା ପଥର ପରି ଦିଶୁଛି। ଏହାର ଇତିହାସ ଓ ଉଲ୍‌କାପାତ ଯୋଗୁଁ ପଡ଼ିଥିବା ପ୍ରଭାବ ଉପରେ ବି ଗବେଷଣା କରାଯାଇଥିଲା। ସେଥିପାଇଁ ବୈଜ୍ଞାନିକମାନେ ଏହି ଗାତ ଚାରିପଟେ ଥିବା ଖଣିଜ ଲବଣରେ କ’ଣ ସବୁ ମିଶିଛି ତାହା ପରୀକ୍ଷା କରିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button